ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା : କ୍ରମାଗତ ଭାବେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଛାତ୍ରୀଙ୍କ ୫ମ ଥରପାଇଁ ସଫଳତା

185

ପାରଳାଖେମୁଣ୍ଡି : ପଠାଣି ସାମନ୍ତ ପ୍ଲାନିଟୋରୀୟମ ସହ ଟାଟା ଷ୍ଟିଲର ମିଳିତ ଭାବରେ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ସନ୍ଧାନର ୧୫ତମ ସଂସ୍କରଣ ଏକ ପ୍ରତିଯୋଗିତା ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତା ଭର୍ଚୁଆଲ ମାଧ୍ୟମରେ ହୋଇଥିବା ବେଳେ ପ୍ରତିଯୋଗୀ ମାନଙ୍କୁ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ବିଶେଷଜ୍ଞମାନଙ୍କ ଏକ ଚୟନ ଦଳ ମୂଲ୍ୟାୟନ କରିଥିଲେ। ଏଥିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଠାରେ ଥିବା ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ନିରୂପମା ପଟ୍ଟନାୟକ ବରିଷ୍ଠ ବିଭାଗରେ ଓ କନିଷ୍ଠ ବିଭାଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ବିରଜା ଜେନା ସଫଳତାର ସହିତ ଗ୍ରାଣ୍ଡ ଫାଇନାଲରେ ବିଜୟୀ ହାସଲ କରିଛନ୍ତି । କ୍ରମାଗତ ଭାବରେ ପଞ୍ଚମ ଥର ପାଇଁ ଯୁବ ଜ୍ୟୋତିର୍ବିଜ୍ଞାନ ପ୍ରତିଭା ସନ୍ଧାନରେ ସେଞ୍ଚୁରିୟନ ପବ୍ଲିକ ସ୍କୁର ଛାତ୍ରୀ ସଫଳତାର ସହ ବିଜୟ ହାସଲ କରିଥିଲେ । ଏହା ସେଞ୍ଚୁରିୟନ ପବ୍ଲିକ୍ ସ୍କୁଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ଥିଲା ବୋଲି ଅଧ୍ୟକ୍ଷା ସୁନିତା ପାଣିଗ୍ରାହୀ କହିଛନ୍ତି । ଏହା ସହ ସଫଳତା ହାସଲ କରିଥିବା ଛାତ୍ରୀ ନିରୁପମା ପଟ୍ଟନାୟକ ଓ ବିରଜା ଜେନାଙ୍କୁ ଅଧ୍ୟକ୍ଷା ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.