ମୃତୁ୍ୟଦଣ୍ଡ ପାଇଥିବା ୮ ଭାରତୀୟଙ୍କ ପରିବାରକୁ ଭେଟିଲେ ଜୟଶଙ୍କର
ନୂଆଦିଲ୍ଲୀ: ଜାସୁସୀ ଅଭିଯୋଗରେକତାରରେ ମୃତୁ୍ୟଦଣ୍ଡ ପାଇଥିବା ୮ଜଣ ଭାରତୀୟଙ୍କ ପରିବାରକୁ
ଭେଟିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀଏସ୍.ଜୟଶଙ୍କର । ସେମାନଙ୍କମୁକୁଳାଇବା ପାଇଁ ସରକାର ଚେଷ୍ଟା
କରୁଥିବା ନେଇ ସେ କହିଛନ୍ତି ।ଗୁପ୍ତଚର ଅଭିଯୋଗରେ ଏହି ପୂର୍ବତନଅଧିକାରୀମାନଙ୍କୁ ଗତ ବର୍ଷ ଗିରଫ
କରାଯାଇଥିଲା ଏବଂ ନିକଟରେ ତାଙ୍କୁମୃତୁ୍ୟଦଣ୍ଡ ଦିଆଯାଇଥିଲା । ପରିବାରଲୋକଙ୍କୁ ଆଶ୍ୱାସନା ଦେଇ ସେ
କହିଛନ୍ତି ଯେ ଭାରତ ସରକାର ସମସ୍ତପୂର୍ବତନ ନୌସେନା କର୍ମଚାରୀଙ୍କୁ ମୁକ୍ତକରିବା ପାଇଁ ନିରନ୍ତର ଉଦ୍ୟମ
କରୁଛନ୍ତି । ବୈଦେଶିକ ମନ୍ତ୍ରୀଙ୍କ ସହବୈଦେଶିକ ମନ୍ତ୍ରାଳୟର ଅଧିକାରୀଙ୍କପରିବାର ସଦସ୍ୟଙ୍କ ପ୍ରାୟ ତିନି ଘଣ୍ଟା
ଧରି ଆଲୋଚନା କରିଥିଲେ । ଏକ୍ସରେ ଟ୍ୱିଟ କରି ଏ ସମ୍ପର୍କରେ ସବିଶେଷସୂଚନା ଦେଇଛନ୍ତି ଜୟଶଙ୍କର ।
କହିଛନ୍ତି- “କତାରରେ ବନ୍ଦୀ ୮ ଜଣ ଭାରତୀୟନୌସେନାଙ୍କ ପରିବାରକୁ ଭେଟିଥିଲେ । ସରକାର ଏହି ପ୍ରସଙ୍ଗକୁ କିପରି ଗୁରୁତ୍ୱ
ଦେଇଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ସେମାନଙ୍କ ମୁକ୍ତି ପାଇଁସରକାର ସମସ୍ତ ଉଦ୍ୟମ ଜାରିରଖିବେ ବୋଲି କହିଥିଲେ । ଏ
ବାବଦରେ ଆମେ ପରିବାର ସହମିଶି କାର୍ଯ୍ୟ କରୁଛୁ । ଏହାଛଡ଼ା ସେକହିଛନ୍ତି ଯେ ସେହି ପରିବାରଉପରେ ବିତୁଥିବା ଚିନ୍ତା ଏବଂ
ଯନ୍ତ୍ରଣାକୁ ଆମେ ବୁଝିପାରୁଛୁ ।କତାର ଅଦାଲତ ଯେଉଁ ୮ପୂର୍ବତନ ନୌସେନା କର୍ମୀଙ୍କୁ ଦଣ୍ଡଶୁଣାଇଛନ୍ତି ସେମାନଙ୍କ ମଧ୍ୟରେ
କ୍ୟାପ୍ଟେନ ନବତେଜ ସିଂହ ଗିଲ,କ୍ୟାପ୍ଟେନ ବିରେନ୍ଦ୍ର କୁମାର ବର୍ମା,କ୍ୟାପ୍ଟେନ ସୌରଭ ବଶିଷ୍ଠ,କମୋଡୋର ଅମିତ ନାଗପାଳ,
କମୋଡୋର ପୂର୍ଣ୍ଣେନ୍ଦୁ ତିୱାରୀ,କମୋଡୋର ସୁଗୁଣାକର ପକାଲା,କମୋଡୋର ସଞ୍ଜୀବ ଗୁପ୍ତା ଏବଂସେଲର ରାଗେଶ ସାମିଲ୍ ଅଛନ୍ତି ।