ପୁରୀରେ ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର
ମୋଦୀଙ୍କୁ ଚିଠି ଲେଖିଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କ ଫୋକସ୍ରେ ଶ୍ରୀକ୍ଷେତ
ଭୁବନେଶ୍ୱର: ପୁରୀରେ ପ୍ରତିଷ୍ଠା ହେଉ ଅନ୍ତର୍ଜାତୀୟ ବିମାନ ବନ୍ଦର । ଶ୍ରୀଜଗନ୍ନାଥ ବିମାନ ବନ୍ଦରରେ ନାଁରେ ନାମିତ କରାଯାଉ । ଆଜି ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀରେ ଅନ୍ତର୍ଜାତୀୟ ପରିବେଶ ପର୍ଯ୍ୟଟନର ଭରପୂର ସୁଯୋଗ ରହିଛି । ତେଣୁ ବିମାନ ବନ୍ଦର ହେଲେ ଦେଶ-ବିଦେଶରୁ ସହଜରେ ପର୍ଯ୍ୟଟକ ଆସିପାରିବେ । କେବଳ ପର୍ଯ୍ୟଟକ ନୁହନ୍ତି ଅର୍ଥନୈତିକ ନିଯୁକ୍ତିରେ ମଧ୍ୟ ବ୍ୟାପକ ସୁଯୋଗ ସୃଷ୍ଟି ହେବ । ଶ୍ରୀଜଗନ୍ନାଥଙ୍କ ନାଁରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ । ପ୍ରତିବର୍ଷ ସାଧାରଣତଃ ନୂଆବର୍ଷ ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଯାଆନ୍ତି ମୁଖ୍ୟମନ୍ତ୍ରୀ । ଏଥର ପୁରୀ ଯାଇନଥିଲେ ମଧ୍ୟ ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ପତ୍ର ଲେଖିଛନ୍ତି । ଦାବିପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିମାନ ବନ୍ଦର ପାଇଁ ଜମି ଚିହ୍ନଟ ହୋଇଛି । ରେକର୍ଡ ସମୟରେ କାମ ଶେଷ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । ସାରାବିଶ୍ୱରୁ ଯାତ୍ରୀ ପ୍ରତିଦିନ ପୁରୀକୁ ଆସନ୍ତି । ରଥଯାତ୍ରା ସମସ୍ତଙ୍କର ଆକର୍ଷଣର କେନ୍ଦ୍ର । ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍ ଭାବେ ବିକଶିତ କରାଯାଇଛି । ପୁରୀ ନିକଟରେ ରହିଛି ବହୁ ଐତିହାସିକ ସ୍ଥଳୀ । ପାରିବେ । ଖାଲି ପର୍ଯ୍ୟଟନ ନୁହେଁ ଅର୍ଥନୀତି ଓ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଉପକୂଳ ଜାତୀୟ ରାଜପଥ ପୁରୀ ଦେଇ ଯାଇଛି । ଯାହା ପାରାଦୀପ ଓ ଅସ୍ତରଙ୍ଗ ପୋର୍ଟ ସହ ସଂଯୁକ୍ତ । ତେଣୁ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସେ ଚିଠି ଲେଖିଛନ୍ତି ।