ମାଲକାନଗିରି: ସ୍ୱାଭିମାନ ଅଞ୍ଚଳର ଲାଇଫ ଲାଇନ କୁହାଯାଉଥିବା ଗୁରୁପ୍ରିୟା ସେତୁରେ ଜଳୁନି କିଛି ଲାଇଟ ଏବଂ ଅଚଳ ହୋଇଯାଇଛି ସିସି କ୍ୟାମେରା। ତେବେ ବର୍ତ୍ତମାନ ଶୀତ ଋତୁ ଚାଲିଥିବା ସହ ନୂଆ ବର୍ଷର ଆସର ହେତୁ ସ୍ୱାଭିମାନ ଅଂଚଳର ଏହି ଗୁରୁପ୍ରିୟା ସେତୁ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଯାଇଛି । ପୂର୍ବରୁ ଏହି ଅଞ୍ଚଳକୁ ମାଓଗଡ କୁହାଯାଉଥିଲା ସତ କିନ୍ତୁ ବର୍ତ୍ତମାନ ବିଏସଏଫଙ୍କ କବଜାରେ ଏହି ଗୁରୁପ୍ରିୟା ସେତୁ ରହିବା ସହ ସ୍ୱାଭିମାନ ଅଂଚଳର ପ୍ରତ୍ୟେକ ପଞ୍ଚାୟତକୁ ରାସ୍ତା ଘାଟ ସଂଯୋଗ ହୋଇଯାଇଛି । ତେଣୁ ଆମ ରାଜ୍ୟ ତଥା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ରୁ ବହୁ ପର୍ଯ୍ୟଟକ ଏହି ଜାନବାଇ ସ୍ଥିତ ଗୁରୁପ୍ରିୟା ସେତୁକୁ ବୁଲିବାକୁ ଆସିଥାନ୍ତି । ଯେହେତୁ ଏହି ସେତୁର ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବିଏସଏଫ ଏବଂ ପାପରମେଟଲା ଥାନା ହୋମଗାର୍ଡଙ୍କୁ ସେଠାରେ ନିୟୋଜିତ କରିବା ସହ ସେତୁର ଉପର ଭାଗ ଏବଂ ତଳ ଭାଗରେ ଏଲଇଡି ଲାଇଟ ଲଗାଯାଇଛି । ବର୍ତ୍ତମାନ କିନ୍ତୁ ସେଥି ମଧ୍ୟରୁ କିଛି ଏଲଇଡି ଲାଇଟ ଗୁଡିକ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହି ଲାଇଟ ଗୁଡିକ ଅଚଳ ହୋଇଯାଇଥିବା ହେତୁ ସେତୁର ତଳ ଭାଗରେ ଘନ ଅନ୍ଧକାର ଦେଖାଯାଉଥିବା ବେଳେ ଉପର ଭାଗରେ ମଧ୍ୟ କିଛି ସ୍ଥାନରେ ଅନ୍ଧାର ଦେଖାଯାଉଛି । ଏହା ସହ ସିସିଟିଭି କ୍ୟାମେରା ମଧ୍ୟ ଅଚଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଯାହାଫଳରେ ସେଠାରେ ନିୟୋଜିତ ଥିବା ବିଏସଏଫର ସୁରକ୍ଷା କର୍ମୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବ ବୋଲି ଆଶା କରାଯାଉଛି । ରାତ୍ରି ସମୟରେ ଫେରୁଥିବା ପର୍ଯ୍ୟଟକ ମାନଙ୍କୁ ମଧ୍ୟ ନିଜ ଫୋଟୋ ଉତ୍ତୋଳନ କରିବାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି । ଏହା ସହ ରାତ୍ରି ସମୟରେ ଯଦି ଏହି ଘନ ଅନ୍ଧାରରେ ଆସି ମାଓବାଦୀମାନେ କିଛି ଅଘଟଣ ଘଟାନ୍ତି ତାହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ତୁରନ୍ତ ଗୁରୁପ୍ରିୟା ସେତୁର ଅଚଳ ହୋଇଥିବା ଏଲଇଡି ଲାଇଟ ଏବଂ ସିସିଟିଭି କ୍ୟାମେରା ନୂତନ ଭାବେ ଲଗାଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.