ପୂନଃ ନିଯୁକ୍ତି ଦାବୀରେ ପାରାମେଡିକାଲ କର୍ମଚାରୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

161

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ପାରାମେଡିକାଲ କର୍ମଚାରୀମାନେ ପୂନଃ ନିଯୁକ୍ତି ଦାବୀରେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଦାବୀପତ୍ର ପ୍ରଦାନ କରିଛନ୍ତି । କର୍ମଚାରୀଙ୍କ ଦ୍ୱାରା ପ୍ରଦତ ଦାବୀପତ୍ରରେ ଉଲ୍ଲେଖ ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କୋଭିଡ-୧୯ ପାରାମେଡିକାଲ କର୍ମଚାରୀମାନେ ଗତ ଏପ୍ରିଲ ମାସ ୪.ତାରିଖ ଠାରୁ ଡିସେମ୍ବର ୩୧ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ଦିନରାତି ସେବା ଯୋଗାଇ ଆସୁଥିଲେ । ଏପରିକି ଏହି କାର୍ଯ୍ୟାରେ ନିୟୋଜିତ ପାରାମେଡିକାଲ କର୍ମଚାରୀମାନେ ନିଜ ଘରେ ପ୍ରବେଶ ନକରି ନିଜ ଜୀବନକୁ ଜଳାଞ୍ଜଳି ଦେଇ କୋଭିଡ-୧୯ହସ୍ପିଟାଲ କ୍ୟାମ୍ପସ୍ ଏବଂ ଅନ୍ୟାନ୍ୟ ପରିପାଶ୍ୱର୍ ଠିକ ସ୍ଥାନରେ ରହି କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିଥିଲେ । ଏପରିକି ଆକ୍ରାନ୍ତଙ୍କୁ ଚିକିତ୍ସା ସମୟରେ କେତେକ କର୍ମଚାରୀ କରୋନା ରୋଗରେ ଆକ୍ରାନ୍ତ ହୋଇଥିବାର ନଜିର ରହିଛି । ସରକାର ପାରାମେଡିକାଲ କର୍ମଚାରୀଙ୍କ ଦ୍ୱାରା କରୋନା ମୁକ୍ତ ଓଡିଶା କରିବାକୁ ପ୍ରୟାସ କରିଥିବା ବେଳେ ପାରାମେଡିକାଲ କର୍ମଚାରୀଙ୍କ ନିଯୁକ୍ତି ପାଇଁ କୌଣସି ବ୍ୟବସ୍ଥା ନକରି ନୂତନ ପୋଷ୍ଟ ସୃଷ୍ଟି କରିଥିବା ବେଳେ କରୋନା ଯୋଦ୍ଧାଙ୍କ ପାଇଁ ନିଯୁକ୍ତି ପ୍ରକ୍ରିୟା ନକରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି । ଏପରିକି ପୂନର୍ବାର ୨୫ ପ୍ରତିଶତ ଯୋଗଦାନ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହ ଛଟେଇ ସମସ୍ତ ପାରାମେଡିକାଲ କର୍ମଚାରୀ କାମା ଜାରି ରଖିବାକୁ ଦାବୀ କରିଛନ୍ତି । କରୋନା ଆକ୍ରାନ୍ତଙ୍କୁ ପାରାମେଡିକାଲ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବାକୁ ବିଚାର କରି ନିଯୁକ୍ତି ପ୍ରକ୍ରିୟାରେ ସ୍ୱତନ୍ତ୍ର ସଂରକ୍ଷଣ ରଖିବାକୁ ପାରାମେଡିକାଲ କର୍ମଚାରୀ ସମୂହ ଜିଲ୍ଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.