ଜିଲ୍ଲାପାଳଙ୍କ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଗ୍ରସ୍ତ

165

ମାଲକାନଗିରି: ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ବିଭିନ୍ନ ବିଦ୍ୟାଳୟ ଖୋଲିବାକୁ ନେଇ ଆଜି ମାଲକାନଗିରର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ଗ୍ରସ୍ତ କରି ବିଦ୍ୟାଳୟ ଗୁଡିକର ସଫେଇ ଓ ସାନିଟେସନ ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହିତ ଶ୍ରେଣୀ ଗୃହ ଗୁଡିକ ବୁଲି ଦେଖିଥିଲେ ଏବଂ ପ୍ରତ୍ୟକ ଶ୍ରେଣୀ ଗୃହରେ ଛାତ୍ର ଛାତ୍ରୀ ମାନେ କେଉଁଭଳି ବସିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଆସିବା ପରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟକର୍ମଚାରୀ ସବୁ ପିଲାଙ୍କ ସହିତ ସଂସ୍ପର୍ଶରେ ଆସିବେ ସେମାନଙ୍କୁ ଅଣ୍ଟିଜିଂନ ଟେଷ୍ଟ କରିବା ସହିତ ଯଦି ପଜେଟିଭି ଆସନ୍ତି ସେମାନଙ୍କୁ ସଂଘରୋଧରେ ରଖିବେ । ତତସହିତ କୋରୁକୋଣ୍ଡା ବିଡିଓ ଅଂଶୁମାନ ମହାପାତ୍ରଙ୍କୁ କହିଥିଲେ ଯେ ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ଅନ୍ୟ କର୍ମଚାରୀଙ୍କ ସମ୍ପୂର୍ଣ ବିବରଣୀ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ଏହି ଗ୍ରସ୍ତରେ କୋରୁକୋଣ୍ଡା ବ୍ଲକ ଅଧକ୍ଷା ସାବିତ୍ରୀ ପଡ଼ିଆମୀ, ବାଲିମେଳା ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.