ସମ୍ପତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ

189

– ୬୪ କୋଟି ଟଙ୍କାର ଅଧିକାରୀ , ରହିଛି ୭ ଟି ବ୍ୟାଙ୍କ ଆକାଉଂଟ

– ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ନିଜ ସମ୍ପତିର ତାଲିକା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ମିଶି ପ୍ରାୟ ୬୪ କୋଟି ୯୮ ଲକ୍ଷ ୧୯ ହଜାର ୭୬୪ ଟଙ୍କା । ସିଏମଓ ୱେବ୍ ସାଇଟ୍‌ରେ ତାଙ୍କ ସମ୍ପତିର ତାଲିକା ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ୭ ଟି ବ୍ୟାଙ୍କ୍ ଆକାଉଂଟ ଧ୍ୟରୁ ଦିଲ୍ଲୀର ଜନପଥ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଂଟରେ ଅଛି ୧୬ ଲକ୍ଷ ୭୬ ହଜାର ୧୮ ଟଙ୍କା ୬୩ ପଇସା । ଏହି ବ୍ୟାଙ୍କର ଟର୍ମ ଡିପୋଜିଟ ଅଛି ୧ କୋଟି ୩ ଲକ୍ଷ ୧୩ ହଜାର ୪୯୯ ଟଙ୍କା । ଦିଲ୍ଲୀର ପାର୍ଲାମେଂଟ ହାଉସ ଏସବିଆଇ ଶାଖାରେ ଅଛି ୧ ହଜାର ୮ଶହ ୧୮ ଟଙ୍କା । ଭୁବନେଶ୍ୱର ଏସବିଆଇ ଶାଖାରେ ଜମା ଅଛି ୧୦ ଲକ୍ଷ ୫୬ ହଜାର ୮ଶହ ୮୮ ଟଙ୍କା । ହିଞ୍ଜିଳିରେ ଷ୍ଟେଟବ୍ୟାଙ୍କ ଶାଖାରେ ଅଛି ୬ ହଜାର ୭୪୬ ଟଙ୍କା । ଏହି ଶାଖାରେ ହିଁ ଅନ୍ୟ ଏକ ଆକାଉଂଟରେ ୧୩ ହଜାର ୮୧୮ ଟଙ୍କା ଅଛି । ସେହିଭଳି ବରଗଡ଼ ର ପଦ୍ମପୁର ଏସବିଆଇ ଶାଖାରେ ୩୭ ହଜାର ୨୨୩ ଟଙ୍କା ଅଛି ।

ସେହିପରି ନବୀନଙ୍କ ପାଖରେ ରହିଛି ପ୍ରାୟ ୨ଲକ୍ଷ ୮୯ହଜାର ୫୮୭ ଟଙ୍କାର ସୁନାଗହଣା । ୧୯୮୦ ମଡେଲର ଏକ ଆମ୍ବାସାଡର କାର ରହିଛି ଯାହାର ଆନୁମାନିକ ମୂଲ୍ୟ ମୂଲ୍ୟ ୮ହଜାର ୯୦୫ ଟଙ୍କା ହେବ । ସ୍ଥାବର ସମ୍ପତି ମଧ୍ୟରେ ଭୁବନେଶ୍ୱର, ଦିଲ୍ଲୀ ଓ ହରିଆଣାରେ ରହିଛି ଜମି ଓ କୋଠା । ଦିଲ୍ଲୀ ଫରିଦବାଦରେ ଥିବା ଜମି ବିକ୍ରି ଲାଗି ନବୀନ ଅଗ୍ରୀମ ଆଣିଛନ୍ତି ୧ କୋଟି ୨୫ ଲକ୍ଷ । ଫରିଦାବାଦରେ ଥିବା ଜମି ଓ କୋଠାର ମୂଲ୍ୟ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୭୧ ଟଙ୍କା । ଭୁବନେଶ୍ୱର ନବୀନ ନିବାସରେ ନବୀନଙ୍କର ଦୁଇ-ତୃତୀୟାଂଶ ଭାଗ ରହିଛି । ଏହାର ମୂଲ୍ୟ ୯ କୋଟି ୫୨ ଲକ୍ଷ ୪୬ ହଜାର ୧୯୦ ଟଙ୍କା । ଦିଲ୍ଲୀର ଏପିଜେ ଅବଦୁଲ କଲାମ ରୋଡରେ ଥିବା ସମ୍ପତିରେ ନବୀନଙ୍କ ୫୦ ପ୍ରତିଶତ ଭାଗ ରହିଛି । ଏହାର ମୂଲ୍ୟ ପ୍ରାୟ ୪୩ କୋଟି, ୩୬ ଲକ୍ଷ, ୧୮ ହଜାର ଟଙ୍କା ହେବ ବୋଲି କୁହାଯାଇଛି ।

କେଉଁ ମନ୍ତ୍ରୀଙ୍କ କେତେ :

ଅରୁଣ ସାହୁ-୮୯ଲକ୍ଷ ୯୩ହଜାର ୪୩୯ ଟଙ୍କା
ଅଶୋକ ପଣ୍ଡା-୮କୋଟି ୩୪ଲକ୍ଷ ୪୮ହଜାର ୯୯୪ଟଙ୍କା
ତୁଷାରକାନ୍ତି ବେହେରା- ୩୨ଲକ୍ଷ ୩୩ ହଜାର ୪୭୧ଟଙ୍କା
ସୁଶାନ୍ତ ସିଂହ-୪କୋଟି ୯୩ଲକ୍ଷ ୯୪ହଜାର ୬୪୪ଟଙ୍କା
ସୁଦାମ ମାର୍ଣ୍ଡି-୨କୋଟି ୬୧ଲକ୍ଷ ୧୮ହଜାର ୨୬ଟଙ୍କା
ବିକ୍ରମ ଆରୁଖ-୪କୋଟି ୭୮ଲକ୍ଷ ୪୭ହଜାର ୪୭୧ଟଙ୍କା
ଦିବ୍ୟଶଙ୍କର ମିଶ୍ର-୭କୋଟି ୩୧ଲକ୍ଷ ୭୬ହଜାର ୪୦୮ଟଙ୍କା
ନିରଞ୍ଜନ ପୂଜାରୀ-୪କୋଟି ୩୪ଲକ୍ଷ ୬୫ ହଜାର ୩୦୮ଟଙ୍କା
ପ୍ରତାପ ଜେନା-୧୦କୋଟି ୩୫ଲକ୍ଷ ୨୯ହଜାର ୯୧୧ ଟଙ୍କା
ସମୀର ଦାଶ-୨କୋଟି ୨୩ଲକ୍ଷ ୭୫, ୭୬୧ ଟଙ୍କା
ପ୍ରଫୁଲ୍ଲ ମଲ୍ଲିକ-୩୯ଲକ୍ଷ ୨୮ହଜାର ୮୩୧ ଟଙ୍କା

Leave A Reply

Your email address will not be published.