ଗଞ୍ଜାମ: ୨୦୨୦ ବର୍ଷରେ ଗଞ୍ଜାମ ଜିଲ୍ଲାରେ ଦୈବୀଦୁର୍ଘଟଣାରେ ୧୯୪ ଜଣଙ୍କ ଜୀବନ ଯାଇଛି । ସେଥିମଧ୍ୟରୁ ଜଳାଶୟ ଓ ପୋଖରୀରେ ବୁଡ଼ି ସର୍ବାଧିକ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ସାପ କାମୁଡ଼ାରେ ୫୬, ବଜ୍ରପାତରେ ୧୭, ଅଗ୍ନିକାଣ୍ଡରେ ୮ ଓ ଅଶୁଂଘାତରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ତେବେ ଦୈବୀ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୃତକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନରେ ବିଳମ୍ବ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ମୃତକଙ୍କ ପରିବାର ବର୍ଗ ବର୍ଷ ବର୍ଷ ଧରି ସହାୟତା ରାଶି ପାଇବାରୁ ବଂଚିତ ହୋଇଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ନମିଳିବା, ପୋଲିସ ଓ ତହସିଲଦାର ସ୍ତରରେ ଯୁଗ୍ମ ତଦନ୍ତ ରିପୋର୍ଟ ନଆସିବା ଓ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନନିଆଯିବା ଭଳି ବିଭିନ୍ନ କାରଣରୁ ମାମଲା ଗୁଡିକ ଫଏସଲା ନହୋଇ କୋର୍ଟରେ ପଡି ରହିଛି । ମୃତକଙ୍କ ପରିବାର ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କରି ନିରାଶ ହୋଇଛନ୍ତି । ବିଭାଗ ମଧ୍ୟରେ ପରସ୍ପର ସମନ୍ୱୟ ଅଭାବରୁ ସହାୟତା ରାଶି ମିଳିବାରେ ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି ।
Sign in
Sign in
Recover your password.
A password will be e-mailed to you.