ରାୟଗଡ: ଆସନ୍ତା ୧୬ ତାରିଖରେ ସାରା ଦେଶରେ ପ୍ରମୁଖ କୋଭିଡ ଯୋଦ୍ଧା ମାନଙ୍କୁ ଟୀକାକରଣ କରାଯିବ । ଏଥିନିମନ୍ତେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଜିଲ୍ଲାକୁ ଟିକା ପଠାଇଛନ୍ତି । ଆମ ରୟାଗଡ଼ ଜିଲ୍ଲାକୁ ଗତ ରାତିରେ ପହଁଚିଛି । ଜିଲ୍ଲାକୁ ପ୍ରଥମ ଥର ପାଇଁ 5400ଡୋଜ ଟିକା ପଞ୍ଚିଛି । ଏହି ଟୀକାକରଣ କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଗତ ଦୁଇଦିନ ଧରି ଦୈନିକ ମୁଖ୍ୟ ଚିକିତ୍ସାଲ୍ୟକୁ ଯାଇ ଅନୁଧ୍ୟାନ କରିଛନ୍ତି । ଟୀକା ରଖିବା ବ୍ୟବସ୍ଥାକୁ ନେଇ ଟିକକରଣ କିପରି ସୁରୁଖୁରୁରେ କରାଯିବ ତାହା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଆର୍ତ୍ତବନ୍ଧୁ ନାୟକ, ଡିପିଏମ ରାଜେଶ ପଟ୍ଟନାୟକ ଓ ଆନ୍ୟ ଚିକତ୍ସା ଅଧିକାରୀ ମାନଙ୍କୁ ସହିତ ଆଲୋଚନା କରିଥିଲେ ।
ପ୍ରକାଶ ଥାଉକି ଆସନ୍ତା ୧୬ ତାରିଖରେ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଦେଶରେ ଟୀକାକରଣ କାର୍ଯ୍ୟକ୍ରମ ଶୁଭରମ୍ଭ କଲାପରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟଟନାୟକ ଓଡ଼ିଶରେ ଶୁଭlରମ୍ବ କରିବେ । ସେହି ଅନୁଯାୟୀ ଜିଲ୍ଲାର ପ୍ରମୁଖ କରୋନା ଯୋଦ୍ଧା ମାନଙ୍କୁ ବିଶେଷ କରି ସ୍ୱାସ୍ଥ୍ୟ ବିଭାଗର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଶିଶୁ ବିକାଶ ବିଭାଗର ସମସ୍ତ କର୍ମଚାରୀଙ୍କ ଏହି ଟୀକା ଦିଆଯିବ ।
Sign in
Sign in
Recover your password.
A password will be e-mailed to you.