ପିଲାଙ୍କୁ ଖାତା କଲମ ବାଣ୍ଟି ଜନ୍ମଦିନ ପାଳିଲେ ସ୍ୱେଚ୍ଛାସେବୀ

220

ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଳକର ରଟିଙ୍ଗିଆ ପଞ୍ଚାୟତ ସାରଙ୍ଗଧରପୁର ଗ୍ରାମର ସମାଜସେବୀ ହୃଷିକେଶ ପ୍ରଧାନ କନ୍ଧମାଳଜିଲ୍ଲା ଅନ୍ତରଙ୍ଗର ଜିଲା ସଂପାଦକ ଭାବେ କାର୍ଯ୍ୟକରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ୍‍ କରିଛନ୍ତି । ନିଜର ସାମାଜସେବୀ ପାଇଁ ସେ ବିଭିନ୍ନ ସ୍ତରରେ ପୁରସ୍କୃତ ହୋଇଥିବା ବେଳେ ଆଜି ତାଙ୍କର ଜନ୍ମଦିନ ଅବସରରେ ଝିମାଙ୍ଗିଆ, ଧାଙ୍ଗଡ଼ାମାହା ଓ ତଡ଼ାପଡ଼ା ଗ୍ରାମର ୭ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରିବା ସହିତ ୩୪ ଜଣ ସ୍କୁଲ ପିଲାଙ୍କୁ ଖାତା, ପେନ୍‍, ବହି, ପେନ୍‍ସିଲ୍‍ ଆଦି ବଣ୍ଟନ କରି ଏକ ଉଦାହାରଣ ସୃଷ୍ଟି କରିଛନ୍ତି । ଏଥି ସହିତ ଗ୍ରାମାଞ୍ଚଳର ପିଲାଙ୍କ ସହିତ ସାମିଲ୍‍ ହୋଇ କେକ୍‍ କାଟିବା ସହିତ ଚକଲେଟ୍‍, ବିସ୍କୁଟ୍‍ ଆଦି ମଧ୍ୟ ବଣ୍ଟନ କରିଛନ୍ତି। ହୃଷିକେଶଙ୍କ ଏଭଳି କାର୍ଯ୍ୟକୁ ବିିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.