ଖୋର୍ଦ୍ଧା: ଗ୍ରାହକଙ୍କୁ ବାସି ଖାଦ୍ୟ ବିକ୍ରୀ କରିବା ଅଭିଯୋଗରେ ଖୋର୍ଦ୍ଧାର ବିଭିନ୍ନ ହୋଟେଲ ଓ ଜଳଖିଆ ଦୋକାନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବିକ୍ରୀ ହେଉଥିବା ଦୋକାନରେ ଚଢ଼ଉ ହୋଇଛି । ଖୋର୍ଦ୍ଧା ପୌର ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ନିରାପତା ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ଉ କରାଯାଇଛି । ଅଧିକାରୀ ମାନେ ମିଳିତ ଭାବେ ଚଢ଼ଉ କରିଛନ୍ତି । ଚଢ଼ଉ ସମୟରେ ବିପୁଳ ପରିମାଣର ଅପମିଶ୍ରିତ ଓ ଖାଦ୍ୟ ଅନୁପଯୋଗୀ ସାମଗ୍ରୀ ମିଠା, ପନିର, ଛେନା ଏବଂ ମସଲା ଆଦି ଜବତ ହୋଇଛି । ଏସବୁ ଖାଦ୍ୟ ସାମଗ୍ରୀର ମାନ ଯାଂଚ୍ କରାଯିବା ସହିତ ଏହାକୁ ବିକ୍ରୀ କରିବା ଅଭିଯୋଗରେ ଦୋକାନୀ ମାନଙ୍କୁ ଜୋରିମାନା ମଧ୍ୟ କରାଯାଇଛି । ଭବିଷ୍ୟତରେ କେବେ ହେଲେ ଏପରି ନକରିବାକୁ ଚେତାବନୀ ଦିଆଯାଇଛି । ଖୋର୍ଦ୍ଧାରେ ମଧ୍ୟ ଏହି ଟିମ୍ ଚଢ଼ଉ କରି ବିପୁଳ ପରିମାଣର ଅପମିଶ୍ରିତ ସାମଗ୍ରୀ ଜବତ କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ କଟକରୁ ନକଲି ସସ୍, ନକଲି ଘିଅ ଆଦି ଖାଦ୍ୟ ସାମଗ୍ରୀ ତିଆରି କାରଖାନା ଠାବ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.