ମୌଳିକ ସୁବିଧାରୁ ବଞ୍ଚିତ ଚକ୍ରକଳାଙ୍ଗ ଗାଁ

170

କଲ୍ୟାଣ ସିଂହପୁର:  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ପଞ୍ଚାୟତର ଚକ୍ର କଲାଙ୍ଗ ଗାଁ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ । ବ୍ଳକ କାର୍ଯାଳୟ ଠାରୁ  ମାତ୍ର ୨୪ କିମି ଦୂର ପାହାଡ ଭିତରେ ଏହି ଗାଁ ରହିଛି । ଆଜି ପଯ୍ୟନ୍ତ ଏହି ଗାଁକୁ ଗମନା ଗମନ ପାଇଁ ରାସ୍ତଘାଟ,ଶିକ୍ଷା,ବିଦ୍ୟୁତ ଓ ସ୍ବାସ୍ଥ୍ୟସେବାର ସୁବିଧା ମିଳିନଥିବା ବେଳେ ଗାଁରେ ଜଣକୁ ହେଲେ  ମଧ୍ୟ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିପାରି ନଥିବା ଗାଁରେ ଦେଖିବାକୁ ମିଳିଛି ।

ଲୋକ ସ୍ବାଧିନ ହୋଇ ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଏହି ଗାଁକୁ ଜଣେ ହେଲେ ପ୍ରଶାସନ ଅଧିକାରି ବା ଲୋକ ପ୍ରତିନିଧିଙ୍କ ଆଜି ପର୍ଯ୍ୟନ୍ତ ପାଦ ପଡିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ସ୍ବାସ୍ଥ୍ୟ ଓ ଶିକ୍ଷା  କଥା ନ କହିବା ଭଲ । ବିଦ୍ୟାଳୟ ନ ଥିବାରୁ ଅନେକ ଛାତ୍ର, ଛାତ୍ରୀ ମାନେ ଶିକ୍ଷାରୁ ବଞ୍ଚିତ ରହିଛନ୍ତି ଅନେକ ପିଲା ନିଜ ଘର କାମ ସାଙ୍ଗକୁ ନିଜ ନିଜର ଗାଇଗୋରୁ ଚରାଉଛନ୍ତି । ଭଲ ରାସ୍ତା ନଥିବାରୁ ଆଜି ପର୍ଯ୍ୟନ୍ତ ଏହି ଗାଁ ଲୋକ ବିଜୁଳି ଆଲୁଅ ଦେଖିପାରି ନାହାନ୍ତି କୁଆଡେ ବେସରକାରୀ ସଂସ୍ଥାଙ୍କ ପକ୍ଷରୁ ଏମାନଙ୍କୁ ଘର ଘରକୁ ସୋଲାର ଲାଇଟ ବ୍ୟବସ୍ଥା କରିଛନ୍ତି ତାହା ମଧ୍ୟ କାହାର କାମ କରୁଛି ତ କାମ କରୁ ନାହିଁ । ସୂର୍ଯ୍ୟ ଅସ୍ତହବାକୁ ଗଲେ ଗାଁ ଲୋକ ବନ୍ୟଜନ୍ତୁଙ୍କ ଭୟ ଭିତରେ ଟାଟି କବାଟ ଦେଇ ଭାଗ୍ୟକୁ ଆଦରି ବଞ୍ଚୁଥିବା କହଛନ୍ତି ।

ଗାଁରେ କିଏ ବେମାର ପଡିଲେ ବେଜୁଣି,ଦିସାରୀ ଦ୍ଵାରା ଝାଡଫୁଙ୍ଖା ସହ ଚେରମୂଳି ବ୍ୟବସ୍ଥା କରିଥାନ୍ତି । ଅନେକ ସମୟରେ ରୋଗୀ,ଗର୍ଭବତୀ ମହିଳାକୁ କମ୍ବଳ ବା ଖଟ ସାହାଯ୍ୟରେ ଭାର ବା ଖଟିଆ କରି ଅଙ୍କାବଙ୍କା ରାସ୍ତାରେ ପାହାଡ ଚଡି ପ୍ରାୟ ୩ କିମି ବାଟ ବହିବହି ବେତ କଲାଙ୍ଗ ଗାଁ କୁ ଆଣିଥାନ୍ତି । ସେଠାକୁ ଯଦି ଆମ୍ବୁଲାସ ଆସିଥାଏ ସେଥିରେ ନିଅନ୍ତି ନହେଲେ ଅଟୋ ଭଡାଡାକରି ଶିକରପାଇ ଉପସ୍ବାସ୍ଥ୍ୟ କେନ୍ଦକୁ ଆଣିଥାନ୍ତି ।

ବେଳେ ବେଳେ ଭାର କରି ଆଣୁ ଥିବା ସମୟରେ ଗର୍ଭବତୀ ମାନେ ବାଟରେ ପ୍ରସବ କରିଥାନ୍ତି ବୋଲି ଗାଁ ଲୋକେ କହିଛନ୍ତି । ଚକ୍ର କଲାଙ୍ଗ ଗାଁରେ ମୋଟ ୨୪ଟି ଆଦିବାସୀ ପରିବାରର ପ୍ରାୟ ଶହେରୁ ଉର୍ଦ୍ଧ ଲୋକ ପୁର୍ବ ପୁରୁଷରୁ  ରହି ଆସୁଛନ୍ତି। ଆଜି ପର୍ୟ୍ଯନ୍ତ ଜଣକୁ ହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳିନାହିଁ।ସମସ୍ତେ ଝିଙ୍କରଘର,ଚାଳଘର ଛପର କରି ରହିଛନ୍ତି । ଏହି ଗାଁର କିଛି ଲୋକଙ୍କ ପାଖରେ ଧାନ ଜମି ରହିଛି, କିଛିଲୋକ ଢଙ୍ଗର ଚାଷକରି ପରିବାର ଭରଣ ପଶଣ କରୁଛନ୍ତି ।

ସରକାରଙ୍କ ଯୋଜନା ବଲେ ସମସ୍ତଙ୍କୁ ପିଡିଏସ ଚାଉଳ,କିଛି ବଢା, ବୁଢୀ ମାନଙ୍କୁ ଭତ୍ତା ମିଳୁଛି । ପ୍ରତି ମାସ ଏମାନେ ପାହାଡଚଡି ପ୍ରାୟ ୫କିମି ବାଟଜାଇ ବହୁକଷ୍ଟ ରେ ପିଡିଏସ ଚାଉଳ କାନ୍ଧରେ ବହି ପୁଣି ପାହାଡଚଡି ଗାଁକୁ ନବାକୁ ପଡୁଛି । ଏହି ଗାଁକୁ ଗତ ତା –୨୯/୧୨/୨୦ ରିଖରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଥିେଲ  ବୋଲି କିଛି ଖବର କାଗଜରେ ପ୍ରକାଶ ପାଇଥିଲା କିନ୍ତୁ ଆମେ ଗାଁକୁ ଯାଇ ଲୋକଙ୍କୁ ପଚାରି ବୁଝିବାରୁ ମନ୍ତ୍ରୀ କଣସବୁ କହିଲେ ବଲି ପଚାରିବାରୁ ଗାଁ ଲୋକେ ଆଶ୍ଚର୍ୟ୍ଯ ହୋଇ କହିଲେ  ଆମଗାଁକୁ କଉ ମନ୍ତ୍ରୀ ଆସିନି ମନ୍ତ୍ରୀତ ବେତ କଲାଙ୍ଗ ଗାଁକୁ ଆସି ସେଠାରୁ ଆମ ଗାଁର ଘାଟିରାସ୍ତା ଦେଖି ଆଗକୁ ଆସିପାରିଲାନାହିଁ ସେଠାରୁ ଚାଲିଗଲା ବୋଲି ଗ୍ରାମବାସୀ କହିଛନ୍ତି ।

 

ଏହି ଗାଁରେ ପାନିୟ ଜଳ ହେଉଛି ଝରଣା ପାଣିକୁ ଏକ ପାଇପ ଯୋଗେ ଗାଁ ପାଖକୁ ଆଣାଯାଇଛି ସେଇ ଝରଣା ପାଣି ହିଁ ଭରସା ହୋଇଛି । ବିଶୁଦ୍ଧ ପାନୀୟ ଜଳ ସେମାନଙ୍କ ପାଇଁ ସାତ ସପନ ହୋଇଛି । ଏହି ଗାଁକୁ ପିଲାମାନେ ଶିକ୍ଷା ପାଇଁ ଜିବାକୁ ହେଲେ ଦୁଇଟି ପାହାଡ ପାର କରିବାକୁ ପଡୁଛି । ଏହି ଗାଁ ପ୍ରତି ଜିଲା ପ୍ରଶାନ ତୁରନ୍ତ ଦୃଷ୍ଟି ଦେଇ ଗାଁର ସମସ୍ତ ସମସ୍ଯା କୁ ଦୁର କରିବା ସହ ବେତକଲାଙ୍ଗ ଠାରୁ ଚକ୍ର କଲାଙ୍ଗ ଗାଁ  ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଗ୍ରାମର ଦାନା ପିଡ଼ିସିକା, ଆନ୍ତା ରାଓ ମିଣିଆକା, ଅଭି ନାଣକା,ଅନିତା ନାଣକା,ମକରା ନାଣକା,ହୁଇକା ନନ୍ଦି  ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି ।

ଚକ୍ର କଲାଙ୍ଗ ଗାଁର ସମସ୍ଯା କୁ ନେଇ ଆମେ କଲ୍ୟାଣସିଂହପୁର ବ୍ଲକର ଗୋଷ୍ଟିଉନ୍ନୟନ ଅଧିକାକାରୀ ଅନୁପ ଅଭିଷେକ ବେହେରା ଙ୍କ ଦୃଷ୍ଟି କୁ ନେବାରୁ ସେ କହିଲେ ତୁରନ୍ତ ମାନେରେଗା ଯୋଜନା ରେ ସେଇ ଗାଁକୁ ରାସ୍ତାର ବ୍ୟବସ୍ଥା କରାଯାଇଛି । ପିଓ ଓ ସରପଞ୍ଚଙ୍କ ସହ ଆଲୋଚନା କରି ଆବାସ ଯୋଜନାରେ ସାମିଲ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.