ବି.ଜେ.ଡିର କର୍ମୀ ସମ୍ମିଳନୀ: ଯୁବ ପିଢିଙ୍କ ମଧ୍ୟରେ ପ୍ରଣବ ଭରିଲେ ଯୋସ୍

153
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ନଗର ଭବନଠାରେ ଜିଲ୍ଲା ବିଜୁ ଜନତା ଦଳର କର୍ମି ସମ୍ମିଳନୀ ଆଜି ଅନୁଷ୍ଟିତ ହୋଇଯାଇଛି । ଏଥିରେ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା,ମାଲକାନଗିରି ପର୍ଯ୍ୟବେକ୍ଷକ ତଥା ବିଧାୟକ ଚନ୍ଦ୍ର ସାରଥି ବେହେରା,ରାଜ୍ୟ ବିହନ ନିଗରର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡ଼କାମି, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଆଡ଼ମା ରାୱା ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ କରି ମୂଖ୍ୟମନ୍ତ୍ରୀ ହାତ ମୂଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଆସନ୍ତା ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିମାନେ ବିପୁଳ ଭୋଟରେ ବିଜ ଲାଭ କରିବେ,ସେଥିନେଇ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା ରାଜ୍ୟ ସରକାର ସଦାସର୍ବଦା ଲୋକଙ୍କ ହିତ ପାଇଁ କାମ କରିଆସୁଥିବା ବେଳେ ଚାଷୀମାରଣ ନିତିକୁ ବିରୋଧ କରି ଆସୁଛନ୍ତି । ଦୀର୍ଘ ଦିନ ଧରି ଚାଷୀମାନେ ନିଜର ହକର ଲଢ଼େଇ ପାଇଁ ରାଜ ରାସ୍ତାରେ ଶୀତ କାକରରେ ପଡ଼ି ରହିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ଦାବୀ ପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଥିଲେ ।
ଆମ ଦଳ ଏକ ଶୃଙ୍ଗଳିତ ଦଳ ହୋଇଥିବାରୁ ସମସ୍ତ କର୍ମିଶୃଙ୍ଖଳିତ ଭାବେ କାଯ୍ୟଁ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବାକୁ ପର୍ଯ୍ୟବେକ୍ଷକ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୌର ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ଉପ ସଭାପତି ରାଜୱନ୍ତ କୌର,ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ,ଗୋପାଳକୃଷ୍ଣ ପଣ୍ଡା, ସାଂଗଠନିକ ସମ୍ପାଦକ ନୃସିଂହ ଚରଣ ମହାନ୍ତି,ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ରାଜେନ୍ଦ୍ର ପଣ୍ଡାଙ୍କ ସମେତ ବହୁ ନେତା ଓ କର୍ମ ଯୋଗ
Leave A Reply

Your email address will not be published.