ବାଜିଲା ବିଗ୍ ଫାଇଟ୍ ବିଗୁଲ : ୪ ରାଜ୍ୟ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା
-୮୨୪ ଆସନ ପାଇଁ ହେବ ନିର୍ବାଚନ
-ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ଭୋଟ
-ଆସାମରେ ୩ ପର୍ଯ୍ୟାୟରେ ହେବ ନିର୍ବାଚନ
-କେରଳ ଓ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟ
-ପଶ୍ଚିମବଙ୍ଗରେ ୮ ପର୍ଯ୍ୟାୟରେ ହେବ ଭୋଟ
ନୂଆଦିଲ୍ଲୀ: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୭ ତାରିଖରେ ଆସାମରେ ହେବ ଭୋଟ । ଆସାମରେ ବିଧାନସଭା ନିର୍ବାଚନ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୪୭ଟି ଆସନ ପାଇଁ ହେବ ମତଦାନ । ତେବେ ଆସାମରେ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୯ ।
ନାମାଙ୍କନପତ୍ର ପ୍ରତ୍ୟାହାର କରିବା ତାରିଖ ରହିଛି ୧୨ ମାର୍ଚ୍ଚ । ନିର୍ବାଚନର ଫଳାଫଳ ମେ ୨ରେ ଆସିବ । ସେହିରି ତାମିଲନାଡୁ ଏବଂ କେରଳରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ହେବ । ୬ ଏପ୍ରିଲରେ ମତଦାନ ଅନୁଷ୍ଠିତ ହେବ । ମତଦାନ ପରେ ମେ ୨ରେ ଭୋଟ୍ ଗଣନା କରାଯିବ । ସେପଟେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ ।
ମାର୍ଚ୍ଚ ୧୯ରେ ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ରହିଥିବା ବେଳେ ୨୨ ମାର୍ଚ୍ଚରେ ନାମାଙ୍କନପତ୍ର ପ୍ରତ୍ୟାହାର କରିାରିବେ । ତେବେ ଏପ୍ରିଲ ୬ରେ ହେବ ନିର୍ବାଚନ । ମେ ୨ ରେ ନିର୍ବାଚନର ଫଳାଫଳ ବାହାରିବ । ପଶ୍ଚିମବଙ୍ଗରେ ୮ ଟି ପର୍ଯ୍ୟାୟରେ ହେବ ମତଦାନ । ପ୍ରଥମ ପର୍ଯ୍ୟାୟରେ ମତଦାନ ମାର୍ଚ୍ଚ ୨୭ରେ ବଙ୍ଗଳାରେ ଅନୁଷ୍ଠିତ ହେବ ।
ଦ୍ୱିତୀୟ ପର୍ଯ୍ୟାୟ ୩୦ଟି ଆସନ ପାଇଁ ୧ ଏପ୍ରିଲରେ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ୩୧ଟି ଆସନ ପାଇଁ ଏପ୍ରିଲ ୬, ଚତୁର୍ଥ ପର୍ଯ୍ୟାୟ ୪୪ଟି ଆସନ ପାଇଁ ୧୦ ଏପ୍ରିଲ, ପଞ୍ଚମ ପର୍ଯ୍ୟାୟ ୪୫ଟି ଆସନ ପାଇଁ ୧୭ ଏପ୍ରିଲ, ଷଷ୍ଠ ପର୍ଯ୍ୟାୟ ୪୩ଟି ଆସନ ପାଇଁ ୨୨ ଏପ୍ରିଲ, ସପ୍ତମ ପର୍ଯ୍ୟାୟ ୩୬ଟି ଆସନ ପାଇଁ ୨୬ ଏପ୍ରିଲ, ଅଷ୍ଟମ ପ୍ରର୍ଯ୍ୟାୟ ୩୫ଟି ଆସନ ପାଇଁ ୨୯ ଏପ୍ରିଲରେ ହେବ ନିର୍ବାଚନ ।