ଭୁବନେଶ୍ୱର: ଫେବୃଆରୀ ମାସ ନ ସରୁଣୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି । ରାଜ୍ୟର ଅନେକ ସହରରେ ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଶୁକ୍ରବାର ଚିଠି ଲେଖିଛନ୍ତି । ଚିଠି ଅନୁଯାୟୀ ନବମ ଏବଂ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ଯାଏଁ ସ୍କୁଲରେ ପାଠପଢା ହେବ ।
ସେହିପରି ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସକାଳ ୯ଟାରୁ ଦିନ ୧ଟା ଯାଏ ସ୍କୁଲ ଖୋଲା ରହିବ । ଛାତ୍ରଛାତ୍ରୀଙ୍କୁ ସାଥୀରେ ପାଣି ବୋତଲ ଆଣିବାକୁ କୁହାଯାଇଛି । ଏଥିସହ ସ୍କୁଲ ଏବଂ କଲେଜଗୁଡିକରେ କରୋନା ସଂପର୍କିତ ନିୟମର ପାଳନ ମଧ୍ୟ ହେବ । ସୂଚନାଯୋଗ୍ୟ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏମିତି ରହିଛି ଯେ, ଫେବୃଆରୀ ଶେଷ ହେଉଣୁ ଅନେକ ସହରରେ ତାପମାତ୍ର ୩୭ ଡିଗ୍ରୀ ଉପରେ ରହିଛି ।
ଭୁବନେଶ୍ୱର ତ ତାପମାତ୍ରା ବୃଦ୍ଧିରେ ରେକର୍ଡ କରିଛି । ଗତ କେଇଦିନ ହେବ ରାଜଧାନୀରେ ତାପମାତ୍ର ୪୦ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ।