ଟକ୍ ମକ୍ ଭୁବନେଶ୍ୱର: ପାରଦ ଟପିଲା ୪୦ଡିଗ୍ରୀ

190

ଭୁବନେଶ୍ୱର: ତିନିଦିନଧରି ଭୁବନେଶ୍ୱର ଦେଶର ସବୁଠାରୁ ଉତ୍ତପ୍ତ ସହରରେ ପରିଣତ ହୋଇଛି । ଦୁଇଦିନର ରେକର୍ଡକୁ ଭାଙ୍ଗି ଆଜି ଭୁବନେଶ୍ୱରରେ ୪୦.୦୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୁଣ୍ଡଫଟା ଖରା ରାଜଧାନୀବାସୀଙ୍କୁ ନାକେଦମ୍ କଲାଣି । ଏଥିସହିତ ରାଜ୍ୟର ୧୭ଟି ସହରରେ ତାପମାତ୍ରା ୩୫ଡିଗ୍ରୀ ଉପରେ ପହଞ୍ଚିଛି ।

କଟକରେ ୩୭.୨ ତାପମାତ୍ରା ରହିଥିବା ବେଳେ ଆନୁଗୋଳରେ ୩୮.୧ ଡିଗ୍ରୀ, ବାରିପଦାରେ ୩୮.୧ ଡିଗ୍ରୀ, ବଲାଙ୍ଗୀରରେ ୩୮ ଡିଗ୍ରୀ, ସୋନପୁରରେ ୩୭.୨ ଡିଗ୍ରୀ, ନୟାଗଡ଼ରେ ୩୮ ଡିଗ୍ରୀ୍, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ଝାରସୁଗୁଡ଼ାରେ ୩୭ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭବାନୀପାଟଣାରେ ୩୭.୫ ଡିଗ୍ରୀ, ସମ୍ବଲପୁରରେ ୩୭.୧ ଡିଗ୍ରୀ ଏବଂ ରାୟଗଡ଼ାରେ ୩୧.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିାପାଗ ବିଭାଗ ଅନୁମାନ ଲଗାଇଛି ଯେ, ତାତି ଆହୁରି ବଢ଼ିବ । ବର୍ତ୍ତମାନ ଓଡ଼ିଶା ଉପରେ ଅର୍ଥାତ ଭୁବନେଶ୍ୱର ପାଖାପାଖି ଏକ ଗୁରୁଚାପ ବଳୟ ରହିଛି । ଜଳୀୟବାଷ୍ପ ପରିମାଣ ୨୦% ପାଖାପାଖି କମ୍ ରହୁଛି । ତେଣୁ ଭୂପୃଷ୍ଠ ପୂରା ଉତ୍ତପ୍ତ ରହୁଛି । ସେଥିପାଇଁ ଭୁବନେଶ୍ୱରରେ ତାପମାତ୍ରା ସବୁଠୁ ଅଧିକ ଅଛି । ୨/୩ ଦିନ ହେବ ଲଗାତାର ତାପମାତ୍ରା ବଢ଼ୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଗରମ ଅନୁଭୂତ ହେଉଛି । ଦିନକ ଭିତରେ ରାଜଧାନୀ ତାପମାତ୍ରା ୨ ଡିଗ୍ରୀ ବଢ଼ିଯାଇଛି ।

Leave A Reply

Your email address will not be published.