ଆହୁରି ବଢିପାରେ ତାପମାତ୍ରା

160

ଭୁବନେଶ୍ୱର: ମାର୍ଚ୍ଚ ଆରମ୍ଭ ନହେଉଣୁ ପାରଦ ବଢି ବଢି ଚାଲିଥିବା ବେଳେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିପାରେ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଦିନ ଭିତରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ବଢ଼ିବ । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ୱର ସମେତ , ଖୋର୍ଦ୍ଧା , କଟକ ,ଯାଜପୁର , କେନ୍ଦ୍ରାପଡା, ବାଲେଶ୍ୱର , ଭଦ୍ରକ , ଅନୁଗୁଳ ଆଦି ଜିଲ୍ଲାରେ ତାପମାତ୍ରା ବଢିପାରେ ।

Leave A Reply

Your email address will not be published.