୧୦ ଜିଲ୍ଲାରେ ଖୋଲିବ ୬୦ ସିଟ୍ ବିଶିଷ୍ଟ ନର୍ସିଂ କଲେଜ୍‌

178

ଭୁୁବନେଶ୍ୱର : ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ସେ କହିଛନ୍ତି ଯେ ଏଥିସହ ପରବର୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ । ସେ କହିଛନ୍ତି ଯେ ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ ।

ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.