ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟୁଇଟର ଆକାଉଂଟ

166

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷା ଜୁନ ୧୪-୨୬ପର୍ଯ୍ୟନ୍ତ ହେବା ନେଇ ଭାଇରାଲ ହୋଇଥିବା ଟୁଇଟ୍ ଫେକ୍ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । କେହି ଜଣେ ଦୁର୍ବୃତ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାଁରେ ନକଲି ଟୁଇଟର ଆକାଉଂଟ ଖୋଲି ଏଭଳି ଲେଖିଥିବା ଜଣାପଡ଼ିଛି ।

ଗଣଶିକ୍ଷା ମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, କେହି ଜଣେ ବଦମାସ୍ ମୋ ନାମରେ ଫେକ୍ ଆକାଉଂଟ୍ ଖୋଲି ଏସବୁ ମିଥ୍ୟା ପୋଷ୍ଟ କରି ପ୍ରଚାର କରୁଥିବା ନଜରରେ ଆସିଛି । ସମସ୍ତଙ୍କୁ ଅନୁରୋଧ ଏସବୁଠୁ ଦୂରେଇ ରୁହନ୍ତୁ ।

ନକଲି ଟୁଇଟର ଆକାଉଂଟରୁ କରାଯାଇଥିବା ଟୁଇଟରେ ଲେଖାଯାଇଛି ଯେ, ପୂର୍ବ ନିଷ୍ପତି ଅନୁସାରେ,ଦଶମ ବୋର୍ଡ ପରୀକ୍ଷାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବାତିଲ କରାଯାଇଥିଲା । କିନ୍ତୁ ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କର ଧାରଣା ଯୋଗୁଁ ଆଜି ପୁନର୍ବାର ବୈଠକରେ ଆଲୋଚନା ହୋଇଛି ଯେ, ୧୦ମ ବୋର୍ଡ ପରୀକ୍ଷା ଆସନ୍ତା ଜୁନ ୧୪ତାରିଖରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Leave A Reply

Your email address will not be published.