କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ : କରୋନା ଭୟରେ ମୃତଦେହ ପାଖ ମାଡିଲେନି ସାହିପଡ଼ିଶା ଲୋକେ

169

ବୌଦ୍ଧ : କୁମ୍ଭମେଳାରୁ ଫେରିଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ ଘଟିଛି । ତେବେ କରୋନା ଭୟରେ ମୃତଦେହ ପାଖ ମାଡିନଥିଲେ ସାହିପଡ଼ିଶା ଲୋକେ । ଫଳରେ ଘର ସାମ୍ନାରେ ତାଙ୍କ ମୃତଦେହ ଗତକାଲି ରାତି ଠାରୁ ପଡି ରହିଥିଲା । ଖବର ପାଇ ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଂଚି ଶବସତ୍କାର ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।

ପ୍ରକାଶ ଥାଉ କି, ମୃତକ ଜଣକ ଗତ ୨୨ ତାରିଖରେ ତାଙ୍କର ସ୍ୱାବ୍ ଟେଷ୍ଟ କରାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରିପୋର୍ଟ ଆସିନଥିବା ଜଣାପଡିଛି ।

Leave A Reply

Your email address will not be published.