ଗଜପତିରେ ନାବାଳିକାଙ୍କୁ ଅସଦାଚରଣ, ଜଣେ ଅଟକ

198

ପାରଳାଖେମୁଣ୍ଡି:(ତାରିଣୀ ପ୍ରସାଦ ପଣ୍ଡା)- ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୮ ବର୍ଷର ଜଣେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ କାଶୀନଗର ପୋଲିସ ଜଣକୁ ଅଟକ ରଖି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଗତକାଲି ରାତ୍ରରେ ବଡଦିନ ପାଳନ ଅବସରରେ ଡି.ଜେ ବଜାଇ ନୃତ୍ୟ ଗୀତର ଆସର ଚାଲିଥିଲା । ଏହି ସମୟରେ ୮ବର୍ଷର ଜଣେ ନାବାଳିକାଙ୍କୁ କେହି ଜଣେ ଜବରଦସ୍ତି ଟାଣିନେଇ ଅସଦାଚରଣ କରିବା ବେଳେ ନାବାଳିକାର ପାଟି ଶୁଣି କିଛି ଲୋକ ଘଟଣା ସ୍ଥଳରେ ଲୋକେ ପହଞ୍ଚିବା ଦେଖି ଅସଦାଚରଣ କରୁଥିବା ଜଣକ ଅନ୍ଧାରରେ ଦୌଡି ଚାଲିଯାଇଥିଲା । ଏହି ଘଟଣା ନେଇ କାଶୀନଗର ଥାନାରେ ଏତଲା ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲେ । କାଶୀନଗର ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ଜଣାଇଛନ୍ତି,ଏ ନେଇ ଥାନାରେ ୧୨୫/୨୦ରେ ମାମଲା ରୁଜୁ କରାଯଇ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକକୁ ଅଟକ ରଖାଯାଇ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.