ଜୟପୁର ଠାରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

157

ଜୟପୁର: କୋରାପୁଟ ଜିଲ୍ଲାର ଜୟପୁରଠାରେ ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜୟପୁର ସହରର ସଙ୍ଗମ କଲ୍ୟାଣ ମଣ୍ଡପଠାରେ ଜୟପୁର ନିର୍ବାଚନ ମଣ୍ଡଳୀର ସମସ୍ତ ବିଜେଡି ଦଳର ମହିଳା ନେତ୍ରୀ ଓ କର୍ମୀମାନଙ୍କୁ ନେଇ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା । କୋରପୁଟ ଜିଲା ପର୍ଯ୍ୟବେକ୍ଷକ ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହାରା ଓ କୋରପୁଟ ଜିଲା ବିଜେଡି ଶ୍ରୀଯୁକ୍ତ ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନନ୍ଦ ଜୟପୁର ନିର୍ବାଚନ ମଣ୍ଡଳୀ ସଂଗଠନର ସାରଥି ସାଜିଥିବା ବିଜେଡି ମହିଳା ନେତ୍ରୀ ଶ୍ରୀମତୀ ଡାକ୍ତର ଇନ୍ଦିରା ନନ୍ଦ ଏବଂ ଦଳର ବଳିଷ୍ଠ କର୍ମୀ ରମା ରାହୁଳ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ବିଜେଡ଼ି ଦଳ ଶାସନ କରିଆସୁଥିବା ବେଳେ ଲୋକଙ୍କ ସେବା ପାଇଁ ସଂକଳ୍ପ,ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ବିଜୁ ଜନତା ଦଳର ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱକୁ ବଜାଇ ରଖିବା ସହିତ ଏହି ଦଳକୁ ଆଗାମୀ ଦିନରେ ଏକ ମଜବୁତ ଦଳ ରୂପେ ଗଢିତୋଳିବା ସହିତ ଦେଶରେ ଏକ ନମ୍ବର ଦଳ ରୂପେ ବିବେଚିତ କରାଇବା ପାଇଁ ସର୍ବଦା ପ୍ରଚେଷ୍ଟା ଜାରିରଖିବା । ଜୟପୁର ବାସୀଙ୍କ ସମସ୍ତ ସ୍ବପ୍ନକୁ ସାକାର କରିବା ସହିତ ବିଜୁ ଜନତା ଦଳ ସଦା ସର୍ବଦା ଲୋକ ମାନଙ୍କ ପାଖରେ ସବୁ ସମୟରେ ରହିଛି ରହିଥିବ ବୋଲି ଜିଲ୍ଲାର ପର୍ଯ୍ୟବେକ୍ଷଣ ବିଧାୟକ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା କହିଥିଲେ ।

Leave A Reply

Your email address will not be published.