ଗଜପତିରେ ଅବକାରୀ ଚଢାଉ : ରନ୍ଧା ଦେଶୀମଦ ସହ ୩ ହଜାର ୮୦୦ ଲିଟର ପୋଚ ନଷ୍ଟ, ଜଣେ ଗିରଫ

170

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅବକାରୀ ଆଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଆବକାରୀ ନିରୀକ୍ଷକ ବାଳକୃଷ୍ଣ ପରିଡାଙ୍କ ତତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୨୦ ଲିଟର ରନ୍ଧା ଦେଶୀ ମଦ ସହ ୩ ହଜାର ୮୦୦ ଲିଟର ପୋଚ ନଷ୍ଟ କରାଯାଇ ଥିବାର ସୁଚନା ମିଳିଛି । ଏନେଇ ପୃଥକ ଭାବେ ଦୁଇଗୋଟି ମାମଲା ରୁଜୁ ହୋଇଥିବା ବେଳେ ପାରଳାଖେମୁଣ୍ଡି ଜାଗିଲି ସାହିର ଏ ଚିନ୍ନା ରାଓକୁ ଗିରଫ କରାଯାଇଛି । ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ସିଙ୍ଗିପୁର, ଗୁମ୍ମା ବ୍ଲକର ନେରେଡିଗୁଡା, ଆର୍‌.ଉଦୟଗିରି ବ୍ଲକର ସୁଣ୍ଡରବା, ଶବରପଲ୍ଲୀ, ଲୁବୁରସିଂ ଆଦି ଗ୍ରାମାଞ୍ଚଳରେ ଏହି ଚଢାଉ କରାଯାଇଥିବାର ଅବକାରୀ ବିଭାଗ ସୂତ୍ରରୁ ପ୍ରକାଶ । ଘଟଣାରେ ଚୋରା ଚାଲାଣ ବ୍ୟବହୃତ ଏକ କଳା ରଂଗର ସ୍କୁଟିକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି । ଏହି ଚଢାଉରେ ଅବକାରୀ ଅଧିକାରୀ ବିନ୍ଧରାଜ ଜାନୀ, କିଶୋର ଚନ୍ଦ୍ର ରଥ, ଚିତ୍ତରଞ୍ଜନ ଜେନ୍ନା, ମୋଜି ଶବର ପ୍ରମୁଖଙ୍କ ସହ ଅବକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.