ପୁରୀ ସମୁଦ୍ରରୁ ଭାସମାନ ପଥର ଉଦ୍ଧାର

178

ପୁରୀ : ପୁରୀ ସମୁଦ୍ରରୁ ଏକ ଭାସମାନ ପଥର ଉଦ୍ଧାର ହୋଇଛି । ଭସାଣି ବେଳେ ସମୁଦ୍ରରୁ ଏହି ଭାସମାନ ପଥର ଉଦ୍ଧାର ହୋଇଛି । ଏହା ତ୍ରେତୟା ଯୁଗର ରାମସେତୁ ପଥର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍ ଧରିଛି । ଏପରିକି ସରକାର ଏହି ପଥରକୁ ନେଇ ପରୀକ୍ଷା ନିରୀକ୍ଷା କରି ଏହି ଭାସିବା ପଛରେ କଣ କାରଣ ରହିଛି ତାର ଉନ୍ମାେଚନ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ସୂଚନା ଅନୁଯାୟୀ, ଗତ ଶନିବାର ପୁରୀରେ ଗୋଶାଣୀ ଭସାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । କେତେକ ପୂଜା ସାମଗ୍ରୀ ବିସର୍ଜନ ପାଇଁ ପୂଜା କମିଟିର ସଦସ୍ୟ ମାନେ ସମୁଦ୍ରକୁ ଯାଇଥିଲେ । ତେବେ ସମୁଦ୍ର ଜଳରେ ଏକ ପଥର ଭାସମାନ ଅବସ୍ଥାରେ ଲହଡିରେ ମାଡ଼ ହେଉଥିବା ବେଳେ ଏହା ଦେଖି ସନ୍ତୋଷ କୁମାର ଜାଲି ପଥରଟିକୁ ଉଦ୍ଧାର କରିଥିଲେ । ସେ ଏହାକୁ ଆଣି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବକ ଶମ୍ଭୁ ଖୁଣ୍ଟିଆଙ୍କୁ ପ୍ରଦାନ କରି ସବୁ ସତ କଥା କହିଥିଲେ । ପରେ ସେବାୟତ ଶ୍ରୀ ଖୁଣ୍ଟିଆ ଏହାକୁ ପରୀକ୍ଷା ପାଇଁ ମାର୍କଣ୍ଡ ପୁଷ୍କରିଣୀ ଜଳରେ ପଥରଟିକୁ ପକାଇ ଥିଲେ । ହେଲେ ପଥରଟି ବୁଡିବା ପରିବର୍ତେ ପାଣିରେ ଭାସିଥିବା ଦେଖାଯାଇଥିଲା । ସମୁଦ୍ରରୁ ଏହି ଶିଳା ଖଣ୍ଡଟି ଉଦ୍ଧାର ହୋଇଥିବା ହେତୁ ଏହା ତ୍ରେତୟା ଯୁଗର ଶ୍ରୀରାମଙ୍କ ଦ୍ଵାରା ନିର୍ମିତ ସେତୁ ବନ୍ଧର ଶିଳା ହୋଇଥାଇପାରେ ବୋଲି ସେବାୟତ ଶମ୍ଭୁ ଖୁଣ୍ଟିଆ ଅନୁମାନ କରୁଛନ୍ତି । ତଥାପି ସରକାର ଵିଜ୍ଞାନ ଦୃଷ୍ଟି କୋଣରୁ ଏହାକୁ ପରୀକ୍ଷା ନିରୀକ୍ଷା କରି ପ୍ରକୃତ ସତ୍ୟ ପଦାକୁ ଆଣିବାକୁ ସେବାୟତ ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.