ଭୁବନେଶ୍ୱର: କୋଭିଡ୍ କଟକଣା ରାଜ୍ୟର ବିଭିନ୍ନ ଶିବାଳୟଗୁଡିକରେ ମହାଶିବରାତ୍ରୀ ପାଳିତ ହୋଇଯାଇଛି । ମାସ୍କ, ସାନିଟାଇଜ୍ ସହ ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କରିଛନ୍ତି । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ଭକ୍ତ ନିରାଶ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରରେ ସକାଳୁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ଶ୍ରଦ୍ଧାଳୁମାନେ ପ୍ରଶାସନର କଟକଣା ଭିତରେ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମାତ୍ର ସଂଧ୍ୟାରେ ବେଢା ଭିତରେ ଦୀପ ଜାଳିବା ଲାଗି ଅନୁମତି ନ ଥିବା ହେତୁ ଭକ୍ତମାନଙ୍କ ଭିତରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ପରେ ସେବାୟତଙ୍କ ଦାବିକୁ ମାନି ମନ୍ଦିର ପ୍ରଶାସନ ଦ୍ୱୀପ ଜାଳିବାକୁ ଅନୁମତି ଦେଇଥିଲା । ସେହି ରି ଢେଙ୍କାନାଳ ଜିଲ୍ଲାର ବିଖ୍ୟାତ ଶୈବପୀଠ କପିଳାସରେ ଶ୍ରଦ୍ଧାଳୁମାନେ ନେଗେଟିଭ କୋଭିଡ ରିପୋର୍ଟ ଦେଖାଇ ମନ୍ଦିର ଭିତରକୁ ଯାଇ ବାବାଙ୍କ ଦର୍ଶନ କରିଥିଲେ । ବାହାର ଜିଲ୍ଲାର ଭକ୍ତମାନଙ୍କୁ ଛଡ଼ାଯାଇନଥିଲା । ସେହିପରି କରୋନା କଟକଣା ଅନୁଯାୟୀ ଭଦ୍ରକ ଆରଡ଼ିସ୍ଥିତ ପ୍ରସିଦ୍ଧ ଆଖଣ୍ଡଳମଣି ପୀଠରେ ବିନା ଶ୍ରଦ୍ଧାଳୁରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଛି ।
ମନ୍ଦିରର ପାଳିଆ ସେବାୟତ ଓ ମହାଦ୍ୱୀପ ସେବାୟତମାନେ କୋଭିଡ଼୍ କଟକଣା ମାନି ମୁହଁରେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ରକ୍ଷା କରି ବାବାଙ୍କ ନୀତିକାନ୍ତି କରିଛନ୍ତି । ଅଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇଛି । ଆଖଣ୍ଡଳମଣି ପୀଠରେ ରାତି ୩ଟାରେ ମହାଦ୍ୱୀପ ପ୍ରସ୍ତୁତି ସହ ଗୁପ୍ତ ଶୋଡ଼ଷ ପୂଜା ଓ ଭୋର୍ ସାଢ଼େ ୪ଟାରେ ମହାଦ୍ୱୀପ ଉଠିଛି । ଢେଙ୍କାନାଳ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହେବା ସହ ପ୍ରଶାସନ ପକ୍ଷରୁ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କ ଆସିବା ଉପରେ କଟକଣା ଏବଂ କେବଳ ଜିଲ୍ଲା ଭିତର ଶ୍ରଦ୍ଧାଳୁଙ୍କୁ ଦର୍ଶନର ସୁଯୋଗ ମିଳିଥିବା ଯୋଗୁ ଅଳ୍ପ ସଂଖ୍ୟକ ଭକ୍ତ ଏକତ୍ରିତ ହୋଇଥିଲେ ।
ସେବାୟତମାନେ କରୋନା କଟକଣା ପାଳନ ପୂର୍ବକ ମୁହଁରେ ମାସ୍କ ସହ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରଭୁଙ୍କ ନୀତି ସମାପନ କରିଥିଲେ । ତେବେ ସନ୍ଧ୍ୟା ପରେ ଶ୍ରଦ୍ଧାଳୁମାନଙ୍କୁ ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ପରିଧାନ କରି ଜାଗର ଜାଳିବାକୁ ଅନୁମତି ମିଳିଥିଲା । ସେଠାରେ ଭୋର୍ ୪ଟାରେ ମହାଦୀପ ଉଠିଥିଲା । ସେହିରି ପୁରୀ ଲୋକନାଥ ପୀଠରେ ଜାଗର ପର୍ବ ଯୋଗୁ ଭକ୍ତମାନେ ବାରିକେଡ୍ ଦେଇ ଧାଡ଼ିରେ ବାବା ଲୋକନାଥଙ୍କୁ ଦର୍ଶନ କରିଥିଲେ ।
ଚଳିତ ବର୍ଷ କଟକଣା ପାଇଁ ମେଳାରେ ଦୋକାନ ବଜାର ଦେଖିବାକୁ ମିଳିନାହିଁ । ଜାଗର ପଡ଼ିଆରେ ଖାଁ ଖାଁ ପରିବେଶ । କୋଭିଡ଼୍ ଗାଇଡ଼୍ ଲାଇନ୍ ମାନି ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରି ଭକ୍ତ ବାବାଙ୍କ ଦର୍ଶନ କରିଥିଲେ । ପାରମ୍ପରିକ ରୀତିନୀତି ମୁତାବକ ବାବା ଲୋକନାଥଙ୍କ ସମସ୍ତ ନୀତିକାନ୍ତି ସମ୍ପନ୍ନ ହୋଇଥିଲା । ଆଇନ ଶୃଙ୍ଖଳା ରକ୍ଷା ନିମନ୍ତେ ଜଣେ ଅତିରିକ୍ତ ଏସ୍ ପି, ୫ ଜଣ ଡିଏସ୍ ପି, ୧୧ ଜଣ ଇନ୍ସପେକ୍ଟର, ୪୦ ଜଣ ପୋଲିସ ଅଫିସର, ୧୫ ପ୍ଲାଟୁନ ଫୋର୍ସ, ୨୦୦ ହୋମଗାର୍ଡ଼, ୧୦୦ କନଷ୍ଟେବଳ ନିୟୋଜିତ ରହିଥିଲେ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ହାତକୁ ନିଆଯାଇଥିଲା । ମହାଶିବରାତ୍ରି ଉପଲକ୍ଷେ ରାଷ୍ଟ୍ରତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଟ୍ୱିଟ କରି କହିଛନ୍ତି ଯେ ମହାଶିବରାତ୍ରିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭକାମନା । ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କ ବିବାହର ପବିତ୍ର ସ୍ମରଣ ସ୍ୱରୂ ମନା ଯାଉଥିବା ଏହି ଉତ୍ସବ ସମ୍ପୂର୍ଣ୍ଣ ମାନବିକତା ପାଇଁ କଲ୍ୟାଣକାରୀ ହେଉ । ସେହିରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭକାମନା ଜଣାଇ ଟ୍ୱିଟ କରିଛନ୍ତି ଯେ ଦେଶବାସୀଙ୍କୁ ମହାଶିବରାତ୍ରିର ପବିତ୍ର ଅବସରରେ ଅନେକ ଶୁଭକାମନା । ହର ହର ମହାଦେବ । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଶିବରାତ୍ରି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପ୍ରଭୁ ମହାଦେବଙ୍କ କୃା ଓ ଆଶୀର୍ବାଦରୁ ବର୍ତ୍ତମାନର କଠିନ ସ୍ଥିତି ଶୀଘ୍ର ଦୂର ହେବା ସହ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ଭରିଯାଉ ବୋଲି ସେ କହିଛନ୍ତି ।
ଶୁଭଚ୍ଛୋ ଜଣାଇଲେ ମୁଖ୍ୟମନ୍ତ୍ରୀ:
ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, ପବିତ୍ର ମହାଶିବରାତ୍ରୀ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ପ୍ରଭୁ ମହାଦେବଙ୍କ କୃା ଓ ଆଶୀର୍ବାଦରୁ ବର୍ତ୍ତମାନର କଠିନ ସ୍ଥିତି ଶୀଘ୍ର ଦୂରହେବା ସହିତ ସୁଖସମୃଦ୍ଧି ଫେରିଆସୁ ବୋଲି ସେ କହିଛନ୍ତି ।