ପୁରୀ: ୨୦୨ କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି । ଆଗାମୀ ପରିଚାଳନା କମିଟିରେ ହେବ ବଜେଟ୍ ଅନୁମୋଦିତ । ରଥ ପାଇଁ ୧୧ କୋଟି ବ୍ୟୟବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୫୦ ଲକ୍ଷ । ୫ କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ ହୋଇଛି । ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ ହୋଇଛି । ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହେଲାଣି । ଗୋଟିଏ ନୂଆ ଭକ୍ତନିବାସ ପ୍ରତିଷ୍ଠା କରାଯିବ ବୋଲି ଅର୍ଥ ସବ୍କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଖଣି ଖାଦାନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ । ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁ ବ୍ୟବସ୍ଥା କରାଯିବ । ୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ୧୦୦୦ କୋଟି କରିବା ପାଇଁ ଉଦ୍ୟମ କରାଯିବ । ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ନିଆଯିବ । ଏନ୍ଏସ୍ଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନେଇ ସୂଚନା ଦେଇଛନ୍ତି । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ଅର୍ଥ ସବ୍କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି ।
Sign in
Sign in
Recover your password.
A password will be e-mailed to you.