ପୁଣି ସାମ୍ନାକୁ ଆସିଲା ଆନ୍ଧ୍ରର ଦାଦାଗିରି: ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହେଲା ବେଆଇନ ରାସ୍ତା ନିର୍ମାଣ କାର୍ଯ୍ୟ

150
ପାରଳାଖେମୁଣ୍ଡି:  ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି । ବେଆଇନ ରାସ୍ତା ନିର୍ମାଣ ।  ତେବେ ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହୋଇଛି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ଛଅମାଇଲ୍ ନିକଟରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିଲା । ଓଡ଼ିଶା ସୀମାର ୧ କିମି ଭିତରକୁ ପଶି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର । ଆନ୍ଧ୍ରର ଆଳତିରୁ ଛଅମାଇଲ ଗାଁ ପର୍ଯ୍ୟନ୍ତ ୧ କି.ମି. ରାସ୍ତା ଓଡ଼ିଶାର ସୀମା ଭିତରେ ରହିଛି । ତେବେ ଯାହା ହେଉ ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ଓ ହସ୍ତକ୍ଷେପ ପରେ ଶେଷରେ ଏହି ରାସ୍ତା ନିର୍ମାଣ କାମ ବନ୍ଦ ହୋଇଥିବା ଜଣାପଡିଛି ।
Leave A Reply

Your email address will not be published.