ଭଦ୍ରକ: ପୋଲିସ ଗାଡ଼ି ପୋଡ଼ିବା ସହ ଆକ୍ରମଣ ମାମଲାରେ ୬ ଜଣଙ୍କୁ ଗିରଫ କରିଛି ତିହିଡ଼ି ପୋଲିସ । ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ଏହି ସୂଚନା ଦେଇଛନ୍ତି । ସେହିପରି ଘଟଣାରେ ୧୦୦ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପକ୍ଷରେ ଭ୍ୟାନ୍ ପୋଡ଼ି ବେଳେ ଚମ୍ପଟ୍ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ଏବେବି ଫେରାର୍ ରହିଛି । ତାକୁ ମଧ୍ୟ ଧରିବା ପାଇଁ ପୋଲିସ ପକ୍ଷରୁ ପ୍ରଚେଷ୍ଟା ଜାରୀ ରହିଥିବା ସେ କହିଛନ୍ତି ।
ପ୍ରକାଶ ଥାଉ କି, ଗତ ୧୩ ତାରିଖ ଦିନ ତିହିଡ଼ି ଥାନା ଅନ୍ତର୍ଗତ ଅଲ୍ଲୀନଗର ଠାରେ ରାସ୍ତାରୋକ ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ ଉତ୍ୟେକ୍ତ ଲୋକେ । ହାଟୁଆରୀ ଗ୍ରାମର ଯୁବକଙ୍କ ମୃତ୍ୟୁ ପରେ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post