ବାଂଲାଦେଶର ବଡ କପଡା ମାର୍କେଟରେ ଲାଗିଲା ନିଆଁ

ଢାକା : ବାଂଲାଦେଶର ରାଜଧାନୀ ଢାକାରେ କପଡାର ସବୁଠାରୁ ବଡ ବଜାର "ବାଙ୍ଗବାଜାର'ରେ ମଙ୍ଗଳବାର ସକାଳେ ନିଆଁ ଲାଗିଯାଇଛି । ସେଠାରେ କପଡାର ୬ ହଜାରରୁ ଅଧିକ ଦୋକାନ ରହିଛି । କୁହାଯାଉଛି କି ଏବେ ପର୍ଯ୍ୟନ୍ତ ୨ ଡଜନରୁ ଅଧିକ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଉଦ୍ଧାର କାର୍ଯ୍ୟରେ…

କମ୍‌ ରହିବ ଭାରତର ଅଭିବୃଦ୍ଧି ହାର: ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ବର୍ଷ କମ୍‌ ରହିବ ଭାରତର ଅଭିବୃଦ୍ଧି ହାର । ଏଭଳି କିଛି ଅନୁମାନ କରିଛି ବିଶ୍ୱ ବ୍ୟାଙ୍କ୍‌ । ସଦ୍ୟ ରିପୋର୍ଟରେ ବିଶ୍ୱ ବ୍ୟାଙ୍କ୍‌ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ଧିମା ରହିବ । ବିଶ୍ୱ ବ୍ୟାଙ୍କ୍‌ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଭୁଟାନ ରାଜା, ଡୋକଲାମ୍‌ ବିବାଦ ନେଇ ଆଲୋଚନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭୁଟାନର ରାଜା ଜିଗମେ ଖେସର ନାମଗ୍ୟାଲ ୱାଙ୍ଗଚୁକଙ୍କ ସହ ଅର୍ଥନୈତିକ ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ତେବେ ଭୁଟାନ ଉପରେ ଚୀନର ପ୍ରଭାବ ବଢୁଥିବା ଚିନ୍ତା ମଧ୍ୟରେ ଏହି ସାକ୍ଷାତକୁ ଗୁରୁତ୍ୱ ଦିଆଯାଉଛି ।…

ନବୀନ-ହାସିମୋତୋ ଆଲୋଚନା, ଓଡ଼ିଶାରେ ହେବ ସର୍ବବୃହତ୍‌ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ୱର : ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିପ୍ପନ ଷ୍ଟିଲ କର୍ପୋରେସନ୍‌ର ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କୁ ଭେଟି ୱାନ୍‌ ଟୁ ୱାନ୍‌ ଆଲୋଚନା କରିଛନ୍ତି । ନିପ୍ପନ ଷ୍ଟିଲ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ କାର୍ଯ୍ୟ କରିବା ନେଇ କ’ଣ ସବୁ ସୁଯୋଗ ରହିଛି ସେ ନେଇ ଆଲୋଚନା…

ବାହାଘର ଗିଫ୍ଟ ଖୋଲୁଖୋଲୁ ଭୟଙ୍କର ବିସ୍ଫୋରଣ

ଛତିଶଗଡ଼: ଛତିଶଗଡ଼ର କବିରଧାମରେ ଅଭାବନୀୟ ଘଟଣା ଘଟିଛି । ବାହାଘରରେ ମିଳିଥିବା ଗିଫ୍ଟ ଖୋଲୁ ଖୋଲୁ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ନବବିବାହିତ ଯୁବକ ସହ ବଡ଼ ଭାଇର ମୃତ୍ୟୁ ହୋଇଯାଇଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସର ସୂଚନା ଅନୁଯାୟୀ, ରେଙ୍ଗାଖାର ଥାନା…

ସିକ୍କିମରେ ହିମସ୍ଖଳନ; ୬ ମୃତ, ବରଫ ତଳେ ଫସିରହିଛନ୍ତି ଅନେକ ପର୍ଯ୍ୟଟକ

ନାଥୁଲା: ସିକ୍କିମର ନାଥୁଲା ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି । ବର୍ଡର ରୋଡସ୍ ଅର୍ଗାନାଇଜେସନ୍ (ବିଆରଓ)…

ଜିଏସ୍‌ଟି ସଂଗ୍ରହରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ୱର : ଓଡ଼ିଶାରେ ଜିଏସଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼ି ·ଲିଥିବା ବେଳେ ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ରହିଛି । ଜିଏସଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ପଛରେ ପକାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୪୭୪୯.୦୨ କୋଟି ଟଙ୍କା ଜିଏସଟି ସଂଗ୍ରହ କରିଛି ।…

ମିଶନ ଶକ୍ତି ଡକ୍ୟୁ ଫିଲ୍ମକୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା

ନୂଆଦିଲ୍ଲୀ : ବିଶିଷ୍ଟ ଆଦିବାସୀ ଗବେଷକ, ସାମ୍ବାଦିକ ତଥା ପ୍ରାମାଣିକ ଚଳଚିତ୍ର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ନିର୍ଦ୍ଦେଶିତ ଡକ୍ୟୁ ଫିଲ୍ମ-"ମିଶନ ଶକ୍ତତି'କୁ ଅନ୍ତଃରାଷ୍ଟ୍ରୀୟ ପ୍ରଶଂସା ମିଳିଛି । ଜାତିସଂଘ ଦ୍ୱାରା ଆମେରିକାରେ ସିଆଟେଲ ଠାରେ ଅନୁଷ୍ଠିତ ସି ଫୁଡ…

ବୁଲେଟ ଲୁଟେରାଙ୍କ ଠାରୁ ସାବଧାନ

ପାରଳାଖେମୁଣ୍ଡି : ଗତ ୫ ଦିନ ପୂର୍ବେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଦେବିତି ଗ୍ରାମ ନିକଟରେ ଥିବା ମିଶ୍ର କମ୍ପେ୍ଲକ୍ସ ଠାରୁ ଏକ ବୁଲେଟ ଚୋରି ହୋଇଥିଲା । ଯାହାକି ସିସିଟିଭିରେ କଏଦ ହୋଇଥିଲା । ଏହି ଦୃଶ୍ୟକୁ ବିଭିନ୍ନ ଗଣମାଧ୍ୟମରେ ଦେଖିବାପରେ ବୁଲେଟ…

ପାଠପଢ଼ା ବଦଳରେ ପରିବାର ବୋଝ, ନିଜେ ବଞ୍ଚି ୪ ଜଣକୁ ବଞ୍ଚାଇବାକୁ ସଂଘର୍ଷ

ନନ୍ଦାହାଣ୍ଡି : କାନ୍ଧରେ ବହିମୁଣା ବଦଳରେ ସଂସାର ବୋଝ। ନିଜେ ତ ପାଠ ପଢ଼ିପାରିଲେ ନାହିଁ, ତାସହ ଅର୍ଥ ଅଭାବରୁ ତିନି ସାନ ଭଉଣୀ ମଧ୍ୟ ପାଠପଢ଼ାରୁ ବଞ୍ଚିତ l ଏଥିସହ ବୁଢୀ ଜେଜେମାଁଙ୍କ ଅତିରିକ୍ତ ଭାର ମଧ୍ୟ ତାରି କାନ୍ଧରେ l ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା…