ବ୍ରହ୍ମପୁର ଟାଟା ପାୱାର ଅଫିସ୍ ସିଲ୍

158

ବ୍ରହ୍ମପୁର: ବିଦ୍ୟୁତ୍ ବିପଣନ କମ୍ପାନୀ ଟାଟା ପାୱାର ଅଫିସରେ ପଡ଼ିଲା ତାଲା । କାର୍ଯ୍ୟାଳୟକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଜଣାଯାଇଛି । ତେବେ ପ୍ରଶାସନିକ କିମ୍ବା କୌଣସି ବେଆଇନ୍ କାର୍ଯ୍ୟ ନୁହେଁ, କୋଭିଡ୍ ପାଇଁ ଏପରି ଘଟଣା ଘଟିଛି । ବ୍ରହ୍ମପୁର ଟାଟା ପାୱାର କାର୍ଯ୍ୟାଳୟର କିଛି କର୍ମ·ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ ଅଫିସ୍କୁ ବନ୍ଦ କରିଦିଆଯାଇଛି । ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଏପରି ପଦକ୍ଷେପ ନେଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କିଛି ମାସ ଧରି ନିୟନ୍ତ୍ରିତ ଥିବା କୋଭିଡ୍ ସଂକ୍ରମଣ ହଠାତ୍ କିଛି ଦିନ ହେଲା ବଢ଼ିଥିବା ଜଣାପଡ଼ିଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ଉତ୍ତରପ୍ରଦେଶ, ପଞ୍ଜାବ ଆଦି ରାଜ୍ୟର କିଛି ଅଞ୍ଚଳରେ କରୋନାର ପ୍ରଭାବ ବୃଦ୍ଧି ପାଇବା ଫଳରେ ପୁଣି ଭୟ ଫେରିଛି । ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ଅଧିକ ନଜର ରହିଛି ।

ରାଜ୍ୟରେ ଟିକାକରଣ ବଢ଼ୁଥିବା ବେଳେ କୋଭିଡ୍ର ଦ୍ୱିତୀୟ ଲହର ମୁକାବିଲା ବେଶ୍ ସକ୍ରିୟ ଏବଂ ଆଗୁଆ ରହିଛି । ସଂକ୍ରମଣକୁ ବ୍ରେକ୍ ଦେବାକୁ ରାଜ୍ୟ ସରକାର ଫୋକସ୍ ଦେଇଥିବା ବେଳେ କୌଣସି ହାଲ୍ତରେ କୋଭିଡ୍ ସଂକ୍ରମଣକୁ ଚେକ୍ ଦେବାକୁ ପ୍ରଶାସନ ସତର୍କ ରହିଛି । ପ୍ରଶାସନର ସତର୍କତା ବେଳେ ଟାଟା ପାୱାରର କର୍ମଚାରୀ କୋଭିଡ୍ ସଂକ୍ରମିତ ସୂଚନା ମିଳିବା ପରେ ପ୍ରଶାସନ ତକ୍ରାଳ ପଦକ୍ଷେପ ନେଇଛି । ସେଥିଲାଗି ବ୍ରହ୍ମପୁର ଟାଟା ପାୱାର ଅଫିସ୍କୁ ସିଲ୍ କରାଯାଇଥିବା ବେଳେ ବିଦ୍ୟୁତ୍ ବିପଣନ ଯେପରି ପ୍ରଭାବିତ ନହେବ ସେଥିଲାଗି ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.