ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ୍ ଅଂଚଳରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱେରେଜ କାମ ଚାଲୁଥିବା ବେଳେ ଏହି ଅଘଟଣା ଘଟିଛି । ମୃତକ ଦ୍ୱୟ ସ୍ୱେରେଜ କାମ କରୁଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକଦ୍ୱୟ ହେଉଛନ୍ତି ସୁନାରାମ ସର୍ଦ୍ଦାର ଓ ସିଲୁ ବେରୁଆ । ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ ସ୍ୱେରେଜ କାମରେ ଲାଗିଥିବା ଶ୍ରମିକଙ୍କ ମଧ୍ୟରୁ ପ୍ରଥମେ ଜଣେ କାମ କରିବାକୁ ଟାଙ୍କି ଭିତରକୁ ଓହ୍ଲାଇଥିଲେ । ପରେ ଆଉ ଜଣେ ଭିତରକୁ ଯାଇଥିଲେ । କିନ୍ତୁ ଭିତରେ ଉଭୟ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ଏହା ପରେ ତୁରନ୍ତ ଅଗ୍ନିଶମବାହିନୀକୁ ଖବର ଦିଆଯାଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.