Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୋଟିଏ ଦିନରେ ୮୨୧୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୯୭୫୨
ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୨୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୯୭୫୨ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୪୦୪୦୬୩ ରୋଗୀ ସୁସ୍ଥ ହୋଇ…
ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର : ମଙ୍ଗଳବାର ଦିନ ଟିକା ଅଭାବରୁ ଆଜି ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର,…
ଲକ୍ ଡାଉନ୍ ହେବା ପୂର୍ବରୁ ଟିଟିଲାଗଡରେ ପ୍ରଚଣ୍ଡ ଭିଡ଼ : ଭିଡ଼ ଦେଖି ଏସଡିପିଓ ନିଜେ କଲେ ଟ୍ରାଫିକ ନିୟନ୍ତ୍ରଣ
ଟିଟିଲାଗଡ଼ : ରାଜ୍ୟ ସରକାର ଆସନ୍ତା ପାଞ୍ଚ ତାରିଖରୁ ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଥିବା ବେଳେ ଆଜି ଚାରି ତାରିଖ ଅର୍ଥାତ୍ ମଙ୍ଗଳବାର ଦିନ କିଣା ବିକା ପାଇଁ ସହରର ପ୍ରତ୍ୟେକ ଦୋକାନରେ ତଥା ରାସ୍ତା ଉପରେ ପ୍ରବଳ ଭିଡ଼ ହୋଇ ଟ୍ରାଫିକ ସମସ୍ୟା ଉପୁଜିଥିଲା । ରାଧାକୃଷ୍ଣ ମନ୍ଦିର ଛକ…
ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଧୁପୁର ରଘୁନାଥ ଜୀଉ ମଠ : ପୁନଃରୁଦ୍ଧାର ପାଇଁ ଦାବି
ସାଲେପୁର : ପ୍ରାଚୀନ ଉତ୍କଳର ସାମାଜିକ ରୀତିନୀତି, ଚାଲିଚଳନ, ଧର୍ମୀୟ ଭାବ ଧରା ଉପରେ ଦଣ୍ଡାୟମାନ ହୋଇଛି ନିଶ୍ଚିନ୍ତକୋଇଲି ବ୍ଲକ ତଥା ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତରେ ଥିବା ଶ୍ରୀରଘୁନାଥ ଜୀଉଙ୍କ ମଠ । ଲୋକ କଥା ଅନୁଯାୟୀ ନାଗା ସନ୍ୟାସୀ ମାନେ ରଘୁନନ୍ଦନ ମହନ୍ତଙ୍କ ଦ୍ଵାରା…
୨୪ ଘଂଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି
-ଦ୍ରୁତ ଗତିରେ ଅଧିକ ସଂକ୍ରମିତ ଆରୋଗ୍ୟ ହେଉଛନ୍ତି
-ଦେଶବ୍ୟାପୀ ୨୯.୧୬ କୋଟିରୁ ଅଧିକ କୋଭିଡ ଟେଷ୍ଟ କରାଯାଇଛି
ନୂଆଦିଲ୍ଲୀ : ଦେଶବ୍ୟାପୀ ହୋଇଥିବା କୋଭିଡ ଟେଷ୍ଟର ସଂଖ୍ୟା ଆଜି ୨୯.୧୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ପର୍ଯ୍ୟନ୍ତ ମୋଟ ୨୯,୧୬,୪୭,୦୩୭ କୋଭିଡ ଟେଷ୍ଟ ହୋଇଛି । ଭାରତରେ…
ଲକ୍ ଡାଉନ୍ ରେ ରବିବାର ବ୍ୟତୀତ ସବୁଦିନ ଟିକାକରଣ
ଭୁବନେଶ୍ୱର : ଲକ୍ ଡାଉନ୍ ସମୟରେ ସପ୍ତାହର ରବିବାରକୁ ଛାଡି ଅନ୍ୟ ସମସ୍ତ ଦିନରେ କରୋନା ଟିକା ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।
ଭୟଭୀତ ହୋଇ ଅଧିକ କିଣାକିଣି କରନ୍ତୁ ନାହିଁ : ଉନ୍ନୟନ କମିଶନର
ଭୁବନେଶ୍ୱର : ବୁଧବାର ଠାରୁ ଲକ୍ ଡାଉନ୍ ଆରମ୍ଭ ହେଉଥିବାରୁ ଭୟଭୀତ ହୋଇ ଅଧିକ କିଣାକିଣି ନକରିବା ଏବଂ ଦୋକାନ ସମ୍ମୁଖରେ ଅଯଥା ଭିଡ ନଜମାଇବାକୁ ନିବେଦନ କରିଛନ୍ତି ଉନ୍ନୟନ କମିଶନର୍ ପ୍ରଦୀପ କୁମାର ଜେନା ।
ସେ କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ…
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସିଣ୍ଡିକେଟକୁ ୩ ଜଣ ମନୋନୀତ
ଗଞ୍ଜାମ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରାୟ ୨୩ ଜଣ ସିଣ୍ଡିକେଟ୍ ସଭ୍ୟ ରହିଥିବା ବେଳେ ବର୍ତମାନ ସୁଦ୍ଧା ୧୨ ଜଣଙ୍କୁ ଚୟନ କରାଯାଇଛି । ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ଚିଠି ନଂ ୧୯୦୧୭/୩୦.୦୪.୨୧ ପ୍ରକାରେ ୩ ଜଣଙ୍କୁ ମନୋନୀତ କରାଯାଇଛି । ସାଧାରଣ ବର୍ଗରେ ବ୍ରହ୍ମପୁର…
କନିସି ହାଟକୁ ୭ ଦିନ ପାଇଁ ମିନି କଂଟେନମେଂଟ ଜୋନ୍ ଘୋଷଣା : ରଙ୍ଗେଇଲୁଣ୍ଡା ବ୍ଲକର ୧୪ ଗ୍ରାମ ରେଡ୍ ଜୋନ୍ ରେ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକର କନିସି ହାଟକୁ ମିନି କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ହାଟରେ ଭିଡ଼ ହୋଇଥିବା ଯୋଗୁଁ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ତହସିଲଦାର ଏହି ଇଲାକାକୁ ଗତକାଲି ଠାରୁ ୭ ଦିନ ପାଇଁ ମିନି କଂଟେନମେଂଟ ଜୋନ୍ ଘୋଷଣା କରିଛନ୍ତି ।
ସେହିପରି…
୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ
ଭୁବନେଶ୍ୱର : ଟିକା ଅଭାବ ଥିବାରୁ କମ କେନ୍ଦ୍ରରେ ଟିକାକରଣ ଚାଲିଛି । ମୋଟ ୧୫୦୦ କେନ୍ଦ୍ରରୁ ମାତ୍ର ୨୫୬ କେନ୍ଦ୍ରରେ ଆଜି ଟିକାକରଣ ଚାଲିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ ଏବେ ରାଜ୍ୟରେ ମୋଟ ୪୬ ହଜାର ୨୨୦ କୋଭିସିଲ୍ଡ…