୩ ରାଜ୍ୟର ପୋଲିସ ବ୍ୟାରିକଡ଼ ଭାଙ୍ଗି ଖସି ପଳାଇବାକୁ ଉଦ୍ୟମ କରୁଥିବା ସ୍କୋପ୍ରିଓ ଗାଡିକୁ ଧରିଲା ଛତିଶଗଡ଼ ପୋଲିସ

168

ମାଲକାନଗିରି : କରୋନା ସଂକ୍ରମଣ ଯୋଗୁଁ ଲକଡାଉନ ଘୋଷଣା କରାଯାଇଥିବାବେଳେ ଆନ୍ଧ୍ର, ଓଡିଶା, ଛତିଶଗଡ଼ ୩ ରାଜ୍ୟର ସୀମାକୁ ସିଲ କରାଯାଇଛି । ଏପରି କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ଯୁବକ ସ୍କୋପ୍ରିଓ ଗାଡ଼ିରେ ୩ ରାଜ୍ୟର ପୋଲିସକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ କରି ୩ ରାଜ୍ୟର ପୋଲିସ ଦ୍ୱାରା କରାଯାଇଥିବା ବ୍ୟାରିକେଡ଼ ଭାଙ୍ଗିବା ପରେ ଶେଷରେ ଛତିଶଗଡ଼ ରାଜ୍ୟ କୋଣ୍ଟାଠାରେ ସିଆରପିଏଫ ଯବାନ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବାବେଳେ ସେ ଯବାନ ଉପରକୁ ଗାଡି ଚଢାଇ ଖସିବାକୁ ଉଦ୍ୟମ କରିବାରୁ ଯବାନ ଗୁଳି ଚଳାଇଥିଲେ । ଏଥିରେ ସେ ଗୁରୁତର ଆହତ ହୋଇ ରାସ୍ତା କଡ଼କୁ ଗାଡି ସହ ଖସି ପଡିଥିଲା । ଆହତ ଗାଡି ଚାଳକକୁ ଯବାନ ମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗଦଲ ପୁର ଚିକିତ୍ସା ପାଇଁ ନେଇଥିଲେ । କଣ ପାଇଁଗାଡି ଚାଳକ ଏପରି ବ୍ୟାରିକେଡ଼ ଭାଙ୍ଗି ଯାଉଥିଲା ସେ ନେଇ ତଦନ୍ତ ଚଳାଇଛନ୍ତି ।

ଗତକାଲି ଧଳା ରଙ୍ଗର ଏମଏଚ୨୭ଡ଼ିଏ୬୩୩୨ ନମ୍ବର ସ୍କୋପ୍ରିଓ ଗାଡି ପୋଡ଼ଶି ଆନ୍ଧ୍ର ପ୍ରଦେଶର ଚିନ୍ତୁର ଠାରେ ପୋଲିସ କର୍ମଚାରିଙ୍କୁ ଧକ୍କା ଦେଇ ଓଡିଶା ଓ ଛତିଶଗଡ ରାଜ୍ୟ ଦେଇ ନିଜ ରାଜ୍ୟକୁ ଖସି ଯିବାକୁ ଉଦ୍ୟମ କରୁଥିଲା । ଓଡିଶା ସୀମା ପଡିଆ ଥାନା ଦରନାପାଲ ବ୍ରିଜ ଦେଇ ଛତିଶଗଡ ଇଞ୍ଜରାମ, ଏରାବୋରାରେ ବ୍ୟାରିକେଡ଼ ଭାଙ୍ଗି ତେଲେଙ୍ଗାନା ରାଜ୍ୟ ଦେଇ ଖସି ଯିବାକୁ ଚାହୁଁ ଥିବାବେଳେ କୋଣ୍ଟା ଠାରେ ସିଆରପିଏଫ ଯବାନ ମାନେ ଗାଡି ଅଟକାଇବାକୁ ଚେଷ୍ଟାକରିଥିଲେ । କିନ୍ତୁ ଗାଡି ନ ରହିବାରୁ ଗୁଳି ଚଳାଇଥିଲେ । ଗୁଳି ଗାଡି ଚଳାଉଥିବା ବ୍ୟକ୍ତିର ଅଣ୍ଟା ରେ ଲାଗିଥିଲା । ଏହାପରେ ତାକୁ କାବୁ କରି ଧରିଥିଲେ । ଗାଡି ମହାରାଷ୍ଟ୍ରର ହୋଇଥିବା ବେଳେ ଆହତ ବ୍ୟକ୍ତି ଜଣଙ୍କ ଅମରାବତୀ ଜିଲ୍ଲା ସୁଲତାନପୁର ଅଞ୍ଚଳର ହନୁମନ୍ତ ମୋହିତ ବୋଲି ଜଣାପଡିଛି ।

Leave A Reply

Your email address will not be published.