ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାରେ ମାଓବାଦୀ ମାନେ ଜଣେ ଡ଼ିଆରଜି ଯବାନଙ୍କୁ ଅପହରଣ କରିନେଇ ଗଳାକାଟି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସୁକୁମା ଜିଲ୍ଲା ଦରନାପାଲ ଥାନା ଅନ୍ତର୍ଗତ ପେଟା ଗାଁର ଡ଼ିଆରଜି ଯବାନ ବେଟି ଭୀମା ଗତକାଲି ନିଜ ଘରକୁ ଯାଇଥିଲେ । ମାଓବାଦୀ ମାନେ ଏହା ଜାଣିବା ପରେ ରାତିରେ ପ୍ରାୟ ୧୫ ଜଣ ତାଙ୍କ ଘରକୁ ଯାଇ ସେ ଶୋଇଥିବାବେଳେ ପରିବାର ଲୋକଙ୍କୁ ମାରପିଟ କରି ତାଙ୍କୁ ସାଙ୍ଗରେ ଅପହରଣ କରିନେଇ ଗାଁ ମୁଣ୍ଡରେ ଗଳାକାଟି ହତ୍ୟା କରିଥିଲେ । ଆଜି ସକାଳୁ ପରିବାର ଲୋକ ମୃତ ଦେହକୁ ଘରକୁ ଆଣିଥିଲେ । ଖବର ପାଇଁ ଦରନାପାଲରୁ ପୋଲିସ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.