କେନ୍ଦ୍ରାପଡା : ମୁକ୍ତା ସହରାଂଚଳ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ପ୍ରଶିକ୍ଷଣ ଶିବିର ଭରର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ମାଧ୍ୟମରେ ଜିଲ୍ଲାର ଦୁଇଟି ପୈାରାଂଚଳରେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ପୈାରାଂଚଳର ଉନ୍ନତି କାର୍ଯ୍ୟ କିଭଳି ସଠିକ ଭାବରେ ହୋଇ ପାରିବ ସେନେଇ ଏହି କର୍ମଚାରୀ ମାନଙ୍କୁ ଭରର୍ଚୁଆଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଛି । ବର୍ଷାଜଳ ସଂରକ୍ଷଣ, ବସ୍ତି ଅଂଚଳରେ ପରିଚୟ ଗୃହ ନିର୍ମାଣ, ନୂତନ ପାର୍କ ନିର୍ମାଣ, ବୃକ୍ଷ ରୋପଣ, ସୈାନ୍ଦର୍ଯ୍ୟକରଣ ଇତ୍ୟାଦି କାର୍ଯ୍ୟକୁ ତ୍ୱରାନିତ୍ୱ କରିବା ପାଇଁ ଏହି କର୍ମଚାରୀ ମାନଙ୍କୁ ଉପଦେଶ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ପୈାରାସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ, ଜେଇଇ ପ୍ରଶାନ୍ତ ଦାସ, ଅବନୀ ମହାନ୍ତିଙ୍କ ସମେତ ସୁଚିସ୍ମିତା ଜେନା, ତପସ୍ୱନୀ ଦାସ, ଗଣେଷ ପାତ୍ର, ଦିପ୍ତିମୟୀ ସେନାପତି, ଝରାଶ୍ରୀ ଭାନୁପ୍ରିୟା, ସଂଗ୍ରାମ କେଶରୀ ସ୍ୱାଇଁ, ନୀତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.