ଚୀନ୍ ର ଟପ୍ ଆଣବିକ ବୈଜ୍ଞାନିକଙ୍କ ରହସ୍ୟମୟ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ବଢିଲା ସନ୍ଦେହ
ନୂଆଦିଲ୍ଲୀ : ଚୀନ୍ ର ଜଣାଶୁଣା ଆଣବିକ ବୈଜ୍ଞାନିକଙ୍କ ଗୁରୁବାର ସନ୍ଦେହଜନକ ଅବସ୍ଥାରେ କୋଠାରୁ ପଡି ମୃତ୍ୟୁ ହୋଇଛି । ବୈଜ୍ଞାନିକ ଝାଙ୍ଗ ଜିଜିଆନ୍ ହାରବିନ ଇଞ୍ଜିନିୟରିଂ ବିଶ୍ୱବିଦ୍ୟାଳୟର ଆଣବିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମହାବିଦ୍ୟାଳୟରେ ପ୍ରଫେସର ଥିଲେ । ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ ବିଶ୍ୱବିଦ୍ୟାଳୟର ବିବୃତ୍ତିରେ କୁହାଯାଇଛି ଯେ “ହତ୍ୟାକାଣ୍ଡ ବୋଲି ପୋଲିସ ମାନିବାକୁ ନାରାଜ । ତେବେ ତାଙ୍କ ମୃତ୍ୟୁ ସମ୍ପର୍କରେ ଅନ୍ୟ କୌଣସି ସୂଚନା ଏପର୍ଯ୍ୟନ୍ତ ପୋଲିସ ତଦନ୍ତରେ ଜଣାପଡିନି ।
୧୭ ଜୁନରେ ସକାଳ ୯.୩୪ରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଫେସର ଝାଙ୍ଗ ଜିଜିଆନ ଏକ କୋଠା ଭିତରୁ ଖସିପଡିଥିବାର ଖବର ପାଇ ହାର୍ବିନ୍ ଇଞ୍ଜିନିୟରିଂ ୟୁନିଭରସିଟି ଗଭୀର ଦୁଃଖ ପ୍ରକାଶ କରିଛି । ଝାଙ୍ଗ ଜିଜିଆନଙ୍କ ଦେହାନ୍ତରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି । ଝାଙ୍ଗ ମଧ୍ୟ ଗତବର୍ଷ ମେ ମାସରେ ଇନୋଭେସନରେ ଉକ୍ରର୍ଷତା ପାଇଁ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ । କେନ୍ଦ୍ର ସରକାର ଏହି ସମ୍ମାନ ପ୍ରଦାନ କରିଥିଲେ ।