ଉତ୍ତର କୋରିଆରେ ଗମ୍ଭୀର ଖାଦ୍ୟ ସଂକଟ
-ଆର୍ଥୀକ ସ୍ଥିତି ଆହୁରି ଖରାପ ଦୁଃସ୍ଥିତି ମାନିଲେ କିମ୍ ଜଙ୍ଗ ଉନ
ସିଓଲ : ପ୍ରମୁଖ ଶାସକ ଦଳର ବୈଠକ ଶେଷ ହେବା ପରେ ଉତ୍ତର କୋରିଆର ଏକଛତ୍ରବାଦ ନେତା କିମ ଜୋଙ୍ଗ ଉନ ଦେଶରେ ଖାଦ୍ୟ ଅଭାବକୁ ସ୍ୱୀକାର କରିଛନ୍ତି । ତେବେ ଦେଶର ଏଭଳି ଅର୍ଥନୈତିକ ସମସ୍ୟାରୁ ମୁକ୍ତି ପାଇବାକୁ ସେ ସଂକଳ୍ପ ନେଇଛନ୍ତି । ଆମେରିକା ସହିତ ଏ ବିଷୟରେ ଆଲୋଚନା ଏବଂ ମୁକାବିଲା ପାଇଁ କିରି ପ୍ରସ୍ତୁତ କରାଯିବ ସେନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତିଙ୍କ ବିଶେଷ ପ୍ରତିନିଧି ସୁଙ୍ଗ କିମ ବନ୍ଦ ହୋଇପଡିଥିବା ପରମାଣୁ ସମ୍ୱନ୍ଧରେ ଚର୍ଚ୍ଚା କରିବାକୁ ଉତ୍ତର କୋରିଆରେ ପହଞ୍ଚିଛନ୍ତି । ତେବେ ଏହା ପୂର୍ବରୁ ଗଣମାଧ୍ୟମ ଆଗରେ କିମ ଜୋଙ୍ଗ ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ । କିମ ଜୋଙ୍ଗ ଉନ ଶାସକ ୱାର୍କର୍ସ ପାର୍ଟି କେନ୍ଦ୍ରୀୟ କମିଟିର ଚାରି ଦିନିଆ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ ।
ଦୀର୍ଘବର୍ଷ ଧରି ଚାଲିଆସୁଥିବା ପରିଚାଳନା ତଥା ଆମେରିକାର ନେତୃତ୍ୱାଧୀନ ପ୍ରତିବନ୍ଧକ ଏବଂ କରୋନାଭାଇରସ୍ ମହାମାରୀ ପରେ ଦେଶର ସୀମା ବନ୍ଦ ହେତୁ ଦେଶର ଅସୁବିଧାଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏହି ବିଗିଥିବା ଅର୍ଥନୀତିକୁ ପୁଣିଥରେ ଟ୍ରାକକୁ ଫେରାଇଆଣିବାକୁ ଉଦ୍ୟମ ଉପରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇଥିଲା । କୋରିଆ ସେଣ୍ଟ୍ରାଲ୍ ନ୍ୟୁଜ୍ ଏଜେନ୍ସି ରିପୋର୍ଟ କରିଛି ଯେ ଶୁକ୍ରବାର ବୈଠକ ଶେଷ ହେବା ପରେ କିମ କେନ୍ଦ୍ରୀୟ କମିଟି ତରଫରୁ ଶପଥ ନେଇଛନ୍ତି ଯେ ବିପ୍ଳବ ପଥରେ ଦଳ ନିଶ୍ଚିତ ଭାବରେ ଅସୁବିଧାର ସମ୍ମୁଖୀନ ହେବ । ଏହାପୂର୍ବରୁ କିମ ତାଙ୍କ ସରକାରଙ୍କୁ ଆମେରିକା ସହ ଆଲୋଚନା ଏବଂ ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା ଉତ୍ତର କୋରିଆକୁ ଆଣବିକ ଅସ୍ତ୍ରଶସ୍ତ୍ର ଅଭିଳାଷ ଛାଡି ଆଲୋଚନାକୁ ଫେରିବାକୁ ଅନୁରୋଧ କରୁଛି ।