କରୋନାଭାଇରସ୍ ସଂକ୍ରମଣ ରେକର୍ଡ : ଛଅ ମାସ ମଧ୍ୟରେ ଦେଶରେ ସର୍ବନିମ୍ନ ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୮,୭୩୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ଭାରତରେ ସମୁଦାୟ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୮୭,୮୫୦ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୮,୭୩୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୨୭୯ ମୃତ୍ୟୁ ରେକର୍ଡ କରାଯାଇଛି। ଏଥିସହ ଗତ ଛଅ ମାସ ମଧ୍ୟରେ ଭାରତରେ ପ୍ରଥମ କରି କୋଭିଡ୍-୧୯ଜନିତ ଦୈନିକ ସଂକ୍ରମଣ ସଂଖ୍ୟା ସର୍ବନିମ୍ନ ଥିବା ଜଣାପଡ଼ିଛି । ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୧୪୭,୬୨୨ରେ ପହଞ୍ଚିଛି।
ସେହିଭଳି, ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୬୯,୧୧୮ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨୧, ୪୩୦ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୯୭, ୬୧, ୫୩୮। ପ୍ରାୟ ଏକ ମାସ ହେବ ଦୈନିକ ନୂତନ ସଂକ୍ରମଣ ଠାରୁ ସୁସ୍ଥତାସଂଖ୍ୟା ଅଧିକ ରହୁଛି ।