ମା’ ଆଗେଇଲେ ଦେଶ ଆଗେଇବ

182

ମହିଳା ସଶକ୍ତିକରଣ ଉପରେ ଫୋକ‌ସ୍

ଭୁବନେଶ୍ୱର: ରାଜ୍ୟ ବିଜେଡି ମୁଖ୍ୟାଳୟ ସମେତ ପ୍ରତି ନିର୍ବାଚନମଣ୍ଡଳୀରେ ପାଳତି ହୋଇଛି ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ୨୦୨୪ ପାଇଁ ଦଳ ମୂଳଦୁଆ ପକାଇଛି । ପ୍ରସ୍ତୁତ ହୋଇଛି ନୂଆ ଷ୍ଟ୍ରାଟେଜି । ବିଜେଡି ସୁପ୍ରିମୋ ନବୀନ ପଟନାୟକ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ଫୋକସ୍ କରିଛନ୍ତି । ବିଜୁ ଜନତା ଦଳ ମହିଳାଙ୍କ ହକ୍ ପାଇଁ ଲଢ଼େଇ କରିବ । ଏହାକୁ ଆନ୍ଦୋଳନରେ ରୂପ ଦେବାକୁ ଦଳର ନେତା ଓ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି । ଦଳର ଫୋକସ୍‌ରେ ଅଛନ୍ତି ଏବେ ମହିଳା । ମା’ ଆଗେଇଲେ ଦେଶ ଓ ସମାଜ ଆଗେଇବ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ଲଢ଼େଇକୁ ଦଳ ଆହୁରି ଜୋରଦାର କରିବ । ଏବେଠୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ଦଳ ଏ ପ୍ରସଙ୍ଗ ଉଠାଇବ । ଉଭୟ ରାଜ୍ୟ ଓ ଜାତୀୟସ୍ତରରେ ଏଥିନେଇ ଲଢ଼େଇ ଜାରି ରହିବ ବୋଲି ସୁପ୍ରିମୋ ନବୀନ ପଟନାୟକ କହିଛନ୍ତି । ଦେଶରେ ସବୁ ମହିଳାଙ୍କ ନିକଟରେ ଦଳ ଏକଥା ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ କରିବ । ଗାଁ ଗାଁରେ ଘରେ ଘରେ ମହିଳାଙ୍କୁ ସଚେତନ କରାଯିବ । ମହିଳାଙ୍କ ହକ୍ ପୂରଣ ନହେବା ଯାଏ ଏହାକୁ ଆନ୍ଦୋଳନ କରି ଗଢ଼ି ତୋଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୮ରେ ମହିଳାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲା ବିଜୁ ଜନତା ଦଳ । ବିଲ୍ ସପକ୍ଷରେ ସମର୍ଥନ ପାଇଁ ବିଜେଡି ସୁପ୍ରିମୋ ସବୁ ଦଳର ମୁଖ୍ୟଙ୍କୁ ଚିଠି ଲେଖିଥିଲେ । ଗତ ନିର୍ବାଚନରେ ଲୋକସଭା ଆସନରେ ବିଜେଡି ୩୩ ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରି ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଆଜିର କାର୍ଯ୍ୟକ୍ରମରେ ବିଜେପି ଓ କଂଗ୍ରେସର ନାଁ ନ ନେଇ ଜାତୀୟ ଦଳକୁ ନବୀନ ଟାର୍ଗେଟ କରିଥିଲେ । ସେ କହିଥିଲେ ନିର୍ବାଚନ ବେଳେ ଜାତୀୟ ଦଳ ବଡ଼ ବଡ଼ କଥା କୁହନ୍ତି । କିନ୍ତୁ ନିର୍ବାଚନ ସରିଗଲେ ସବୁ ଭୁଲି ଯାଆନ୍ତି । ବିଜେଡି କଥା ନୁହେଁ କାମରେ ବିଶ୍ୱାସ କରେ ।

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ ବୋଲି ବିଜେଡି ସୁପ୍ରିମୋ କହିବା ସହିତ ସ୍ୱର୍ଗତଃ ବିଜୁ ପଟନାୟକ ମହିଳାଙ୍କ ଉଦ୍ଦେଶ୍ୟରେ କହିଥିବା କଥାକୁ ମଧ୍ୟ ମନେ ପକାଇଥିଲେ । ସେ କହିଥିଲେ ବିଜୁବାବୁଙ୍କ ଭାଷାରେ “ମୋ ପୂରା ବିଶ୍ୱାସ ଯେଉଁ ମା’ ଓ ଭଉଣୀମାନେ ନିଜ ଘରକୁ ଅତି ସୁଚାରୁ ରୂପେ ଚଳାଉଛନ୍ତି ସେମାନେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦକୁ ମଧ୍ୟ ସମାନ ଦକ୍ଷତାର ସହ ଚଳାଇପାରିବେ । ମା’ମାନେ ସମାଜର ଚକ ଓ ଅଖ । ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବ ନାହିଁ । ବିଜୁବାବୁ ୧୯୯୨ ମସିହାରେ ମହିଳାମାନଙ୍କ ପାଇଁ ପଞ୍ଚାୟତ ଓ ପୌରାଞ୍ଚଳ,ସରକାରୀ ଚାକିରିରେ ୩୩ ପ୍ରତିଶତ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ । ବିଜୁବାବୁଙ୍କ ଆଦର୍ଶରେ ଚାଲିଥିବା ଆମ ସରକାର ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାମାନଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛି । ସମାଜରେ ନାରୀର ଗୁରୁତ୍ୱ କେତେ ତାହାର ଆମର ରାକ୍ଷୀ ପୂର୍ଣ୍ଣିମା କହିଥାଏ । ନିଜେ ମହାପ୍ରଭୁ ମଧ୍ୟ ଏହା ସ୍ୱୀକାର କରିଛନ୍ତି । ଆମ ଓଡ଼ିଶାର ୮୦ ଲକ୍ଷ ମହିଳା ମିଶନ ଶକ୍ତି ଆନ୍ଦୋଳନରେ ସାମିଲ ହେଲେଣି । ସେମାନେ ବିଭିନ୍ନ କ୍ଷେତ୍ରରେ ଯେପରି ଦକ୍ଷତାର ସହ ସେମାନଙ୍କ ଦାୟିତ୍ୱ ତୁଲାଉଛନ୍ତି ଯାହାକୁ ନ ଦେଖିଲେ ବିଶ୍ୱାସ କରିହେବନି ବୋଲି କହିଛନ୍ତି ବିଜେଡି ସଭାପତି ନବୀନ ପଟନାୟକ । ବିନା ମହିଳା ସଶକ୍ତିକରଣରେ କୌଣସି ଘର, ସମାଜ, ରାଜ୍ୟ ଓ ଦେଶ ଆଗକୁ ବଢ଼ିପାରିବନାହିଁ । ଆମକୁ ବିଶ୍ୱର ଆଗୁଆ ଦେଶମାନଙ୍କ ସହ ପ୍ରତିଦ୍ୱ-ନ୍ଦ୍ୱିତା କରିବାକୁ ହେଲେ ଆମ ମାଆମାନଙ୍କୁ ସେମାନଙ୍କ ହକ୍ ଦେବାକୁ ହେବ । ବିଜୁବାବୁଙ୍କ ଆଦର୍ଶରେ ଗଠିତ ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରିୟ ଦଳ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଲକ୍ଷ ଲକ୍ଷ ଭାଇଭଉଣୀଙ୍କ ପରିଶ୍ରମ ଫଳରେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି । ଆମର ମାଆମାନେ ହିଁ ଏହି ସାମାଜିକ ଆନ୍ଦୋଳନର ଆଞଗା । ଏକ ସଶକ୍ତମିହଳା ସମାଜ ହିଁ ସଶକ୍ତ ଓଡ଼ିଶା ଗଠନ କରିପାରିବେ । ଆମେ ସମାଜ ପାଇଁ, ପ୍ରିୟ ଓଡ଼ିଶା ପାଇଁ ମାଆମାନେ ଚାହୁଁଥିବା ପରିବର୍ତ୍ତନକୁ ସାକାର କରିବା ପାଇଁ ଏହି ସାମାଜିକ ଆନ୍ଦୋଳନରେ ସାମିଲ ହେବାକୁ ମାଆମାନଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଦଳର ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମେ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟ ନେଇ ନବୀନ ପ୍ରଶ୍ନ ଉଠାଇଥିବା ବେଳେ ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିରୋଧୀ ଲଢ଼େଇକୁ ଶାଣିତ କରିଥିଲେ । ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ଅପପ୍ରଚାର ବିରୋଧରେ ଆହ୍ୱାନ ଦେଇଥିବା ବେଳେ ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଦଳର ଲକ୍ଷ ଲକ୍ଷ ଭାଇ ଓ ଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରଥମେ ଯୁବ ବିଜେଡି କାର୍ଯ୍ୟକାରିଣୀରେ ଜାତୀୟ ଦଳଗୁଡ଼ିକର ଆଭିମୁଖ୍ୟ ନେଇ ନବୀନ ପ୍ରଶ୍ନ ଉଠାଇଥିବା ବେଳେ ରାଜ୍ୟ ପରିଷଦ ବୈଠକରେ ଦୁର୍ନୀତି ବିରୋଧୀ ଲଢ଼େଇକୁ ଶାଣିତ କରିଥିଲେ । ଛାତ୍ର ବିଜେଡି କାର୍ଯ୍ୟକାରିଣୀରେ ଅପପ୍ରଚାର ବିରୋଧରେ ଆହ୍ୱାନ ଦେଇଥିବା ବେଳେ ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ସେ କେନ୍ଦ୍ରକୁ ଟାର୍ଗେଟ କରିଥିଲେ । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ କହିଛନ୍ତି ଯେ, ଦୁର୍ନୀତି ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଛନ୍ତି । ଏବେ ଭୋକର ଭୂଗୋଳ ଦୂର ହୋଇଛି । ଶହ ଶହ ଯୋଜନା ମାଧ୍ୟମରେ ଲୋକଙ୍କ ବିକାଶ କରାଯାଇଛି ବୋଲି କହିଥିଲେ ।

Leave A Reply

Your email address will not be published.