ମରଣାନ୍ତକ ଆକ୍ରମଣ, ୪ ଲକ୍ଷ ଲୁଟିନେଲେ: ଗୁରୁତର ବ୍ୟବସାୟୀଙ୍କୁ ମେଡିକାଲରେ ଭର୍ତି

156

ନବରଙ୍ଗପୁର: ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୪ ଲକ୍ଷ ଟଙ୍କା ଲୁଟି ଚମ୍ପଟ୍ ମାରିଛନ୍ତି ଦୁର୍ବୃତ । ବାଇକ୍ ରେ ଚଚ୍ଚାରୁ କଂଗ୍ରା ବଜାର ଯିବା ବାଟରେ ବ୍ୟବସାୟୀ ଜଣକ ଏଭଳି ମରଣାନ୍ତକ ଆକ୍ରମଣ ଓ ଲୁଟ୍ ର ଶିକାର ହୋଇଛନ୍ତି । ଚକଲାପଦର ଘାଟି ନିକଟରେ ତିନି ଜଣ ଦୁର୍ବୃତ ଗୋଟିଏ ପଲସର ବାଇକ୍ ରେ ଆସି ତାଙ୍କୁ ମାରଣାସ୍ତ୍ରରେ ହାଣିବା ସହ ଟଙ୍କା ଲୁଟ୍ କରିଥିଲେ । ଗୁରୁତର ବ୍ୟବସାୟୀ ଜଣକୁ ନବରଙ୍ଗପୁର ମେଡ଼ିକାଲରେ ଭର୍ତି କରାଯାଇଛି । ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।

Leave A Reply

Your email address will not be published.