ନିଆଁ ଲାଗି ୪୦ ବସ୍ତା ଧାନ ପୋଡି ନଷ୍ଟ

168

ମାଲକାନଗିରି: ପଡିଆ ବ୍ଳକ ଅନ୍ତର୍ଗତ ଗୁଟାଗୁଡା ଗ୍ରାମ ନିକଟରେ ଜଣେ ଲୋକଙ୍କ ଚାଷ ଜମିରେ ନିଆଁ ଲାଗି ପ୍ରାୟ ୪୦ ବସ୍ତା ଧାନ ପୋଡି ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ଅପରାହ୍ନ ରେ ପଡିଆ ଗ୍ରାମର ମୁଗୁଳା ଶ୍ରୀନୁ ଙ୍କ ଧାନ ଖଳା ରେ ଅଚାନକ ନିଆଁ ଲାଗିଯାଇଥିଲା । ଏହି ନିଆଁ କ୍ଷଣିକ ମଧ୍ୟରେ ପାଳ ଗଦା ଓ ତାପରେ ପାଖରେ ଥିବା ଧାନ ବସ୍ତା ଗୁଡିକୁ ଆୟତ୍ତ କରି ସମ୍ପୂର୍ଣ୍ଣ ଧ୍ଵଂସ କରିଦେଇଥିଲା। ସ୍ଥାନୀୟ ଲୋକ ଏହି ଧାନ ଖଳା ରେ ନିଆଁ ଲାଗିଥିବା ଦେଖି ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପଡିଆ ଅଗ୍ନିଶମ ଅଧିକାରୀ ଶିଶିର କାନ୍ତ ସିଂ, ବିରେନ୍ଦ୍ର ସିଂ ଓ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ କାବୁ କରିଥିଲେ । ନିଆଁ ଲାଗିବାର କାରଣ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ି ନଥିବା ବେଳେ କାହାର ଅସାବଧାନତା ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଏଥିସହ ସ୍ଥାନୀୟ ଆର୍ ଆଇ ଚିନ୍ମୟ ମହାପାତ୍ର ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ରିପୋର୍ଟ୍ କରିଥିବା ପ୍ରକାଶ କରିଛନ୍ତି। ଅନ୍ୟପଟେ ଶ୍ରୀ ମୁଗୁଳା ଙ୍କ ଜମିରୁ ଅମଳ କରାଯାଇଥିବା ଧାନ ର କିଛି ଅଂଶକୁ ଗତ ଦିନରେ ପଡିଆ ମଣ୍ଡି ରେ ବିକ୍ରି କରିଥିବା ବେଳେ ଅବଶିଷ୍ଟ ଧାନ କୁ ଆଗାମୀ ୨୮ ତାରିଖ ଦିନ ବିକ୍ରି କରିବାର ଥିଲା। ତେବେ ସରକାରଙ୍କ ପକ୍ଷରୁ ଧାନ କିଣା ବନ୍ଦ କରାଯିବା ପରେ ଚିନ୍ତିତ ହୋଇପଡିଥିବା ମୁଗୁଳା ଙ୍କ ଧାନ ଖଳା ପୋଡି ହୋଇଯିବା ପରେ ଆଗାମୀ ଦିନରେ ଧାର କରଜ ଶୁଝିବେ ବୋଲି ଅସହାୟ ଭରା ଗଳାରେ କହିଛନ୍ତି। ଶ୍ରୀ ମୁଗୁଳା ଙ୍କ ଧାନ ଖଳା ରେ ନିଆଁ ଲାଗି ନଷ୍ଟ ହୋଇଥିବା ଧାନର କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।

Leave A Reply

Your email address will not be published.