ବଢିଲା ବିଦ୍ୟୁତ୍ ଦର

180

– ୟୁନିଟ୍ ପିଛା ୩୦ ପଇସା ବୃଦ୍ଧିକୁ ଓଇଆରସିଙ୍କ ମଂଜୁରୀ ,ଏପ୍ରିଲ ୪ ରୁ ଲାଗୁ

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି ବିଦ୍ୟୁତ୍ ଦର । ବିଦ୍ୟୁତ୍ ତାରିଫ୍ ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ମଂଜୁରୀ ଦେଇଛନ୍ତି । ୟୁନିଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯାଇଛି । ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଣିକି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କା , ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ୬.୨୦ ଟଙ୍କା ଅଧିକ ଦେବାକୁ ହେବ । ଏପ୍ରିଲ ୪ ତାରିଖରୁ ବର୍ଦ୍ଧିତ ଦର ଲାଗୁ ହେବ ବୋଲି ଓଇଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପକ୍ଷରେ ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତିତ ରହିଛି । ସେହିପରି ମିଟର ରେଂଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତିତ ରଖାଯାଇଛି । ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ । ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ ।

Leave A Reply

Your email address will not be published.