କାଲିଠାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବ୍ୟବସ୍ଥା, ପ୍ରତ୍ୟହ ୧୫ରୁ ୧୭ ହଜାର ଭକ୍ତଙ୍କୁ ଅନୁମତି

166

ପୁରୀ: ଆସନ୍ତା ୩ ତାରିଖରୁ ଲାଗୁ ହେବ ମହାପ୍ରଭୁଙ୍କ ନୂଆ ଦର୍ଶନ ବ୍ୟବସ୍ଥା । ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଙ୍କୁ ଦର୍ଶନ କରି ପାରିବେ । ଏହା ପୂର୍ବରୁ ୫ ହଜାର ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଅନୁମତି ରହିଥିଲା । ପୁଣି ଏହି ନିୟମରେ ପରିବର୍ତ୍ତନ କରାଯାଇଛି । କୋଭିଡ୍ କଟକଣା ଭିତରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଭକ୍ତଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ନିହାତି ଆବଶ୍ୟକ । ଆସନ୍ତା ୩ ତାରିଖରୁ ସାଧାରଣ ଲୋକେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ । ଏ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କ୍ରିଷନ କୁମାର ସୂଚନା ଦେଇଛନ୍ତି । ପୂର୍ବରୁ ଜାରି ହୋଇଥିବା ନିୟମ ମୁତାବକ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ସେବାୟତଙ୍କୁ ଅନୁମତି ମିଳିଥିଲା । ପରବର୍ତ୍ତୀ ସମୟରେ ପୁରୀ ପ୍ରଶାସନର ନିଷ୍ପତ୍ତି କ୍ରମେ ପୁରୀବାସୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା । ୱାର୍ଡୱାରି ତାଲିକା ପ୍ରସ୍ତୁତ ହୋଇଥିଲା । ସେହି ଅନୁସାରେ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଏହି ସମୟରେ ବିନା ଅନୁମତିରେ ୪ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ ମନ୍ଦିର ଭିତରକୁ ପ୍ରବେଶ କରି ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ । ପରେ ଏହି ୪ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଥିଲା ।

Leave A Reply

Your email address will not be published.