ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେଲା

198

ରାୟଗଡା: ଦୀର୍ଘ ଦିନର ସମସ୍ୟା ନେଇ ବାରମ୍ବାର ଗଣମାଧ୍ୟମ ପ୍ରତିନିଧିମାନେ ଖବର ପ୍ରକାଶ କରିଥିଲେ । ଅଞ୍ଚଳର ସମସ୍ୟାକୁ ଖବର କାଗଜ ଏବଂ ସାମାଜିକ ଗଣମାଧ୍ୟମ ଦ୍ବାରା ସରକାରଙ୍କ ନଜରକୁ ଆଣିବାରେ ଓଡିଶା ଖବର ପ୍ରକାଶ କରିଥିଲା ।ଆଜି ଦୀର୍ଘଦିନର ଅପେକ୍ଷା ପରେ ମୁକୁନ୍ଦପୁର ଅଞ୍ଚଳରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା । ରାୟଗଡା ଜିଲ୍ଲା କୋଲନରା ବ୍ଲକର ମୁକୁନ୍ଦପୁର ଅଞ୍ଚଳ ଚିକିତ୍ସା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢିଲା ପାହାଡ଼ ବଣ ଜଙ୍ଗଲ ଘେରା ମାଓ ପ୍ରବଣ ଅଞ୍ଚଳ ବୋଲି ନାମ ପାଇଥିବା ମୁକୁନ୍ଦପୁର ଅଞ୍ଚଳ । ଏହି ସେବାକୁ ଉଦଘାଟନ କଲେ ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରୀ ଓ ମୁକୁନ୍ଦପୁର ଫାଣ୍ଡି ଅଧିକାରୀ ପାଣି ହ୍ରଶ୍ଚ ଚନ୍ଦ୍ର ପାଣି ଉଦଘାଟନୀ ଉପସ୍ଥିତ ଥିଲେ । ଏବଂ ମୁକୁନ୍ଦପୁର ର ଗ୍ରାମବାସୀ ସହ ୧୦୮ ର ସେବାୟତ ମାନେ ଉପସ୍ଥିତ ଥିଲେ । ଏହିସେବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଭାରତ ସରକାର ଓ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ । ମୁକୁନ୍ଦପୁର ଅଞ୍ଚଳବାସୀ ଦୀର୍ଘ ସମୟ ଅପେକ୍ଷା ପରେ ୧୦୮ ସେବାର ଶୁଭ ଉଦଘାଟନ କରାଯାଇ ଥିବାରୁ ମୁକୁନ୍ଦପୁର ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇଛି । ଏହି ୧୦୮ ଆମ୍ବୁଲାନ୍ସ ସେବା ମୁକୁନ୍ଦପୁର ଅଂଚଳର ୭ ଟି ଗ୍ରାମ ପଞ୍ଚାୟତ ତଥା ପ୍ରାୟ ୯୫୦୦୦ ଲୋକେ ଏହି ସେବା ପାଇ ପାରିବେ । ଏହି୧୦୮ ଆମ୍ବୁଲାନ୍ସ ପାଈଁ ସମୁଦାୟ ୩୭ ଟି ଭାସମାନ ଜେଟିର ବ୍ୟବସ୍ତା କରାଯାଇଛି। ଜରୁରୀକାଳୀନ ଚିକିତ୍ସା ନିମନ୍ତେ ଅତ୍ୟାଧୁନିକ ଚିକିତ୍ସା ଯନ୍ତ୍ରପାତି ଦ୍ୱାରା ୨୪ ଘଣ୍ଟା ପ୍ରସ୍ତୁତ ହୋଇ ରହିଥାଏ ଏହିସେବା । ଓଡିଶା ଖବର ସାମ୍ବାଦିକ ସଞ୍ଜୀବ କଣ୍ଡାଗରୀ ସହଯୋଗ ପାଇଁ ଆଜି ମୁକୁନ୍ଦପୁର ଠାରେ ୧୦୮ ଆମ୍ବୁଲାନ୍ସ ରହିପାରିଲା ବୋଲି ଅଞ୍ଚଳବାସୀ ଓଡିଶା ଖବର ସାମାଜିକ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.