ପୁରୀ: ଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ଼୍ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ଜଣ ସେବାୟତଙ୍କ ଆରଟିପିସିଆର ଟେଷ୍ଟ ହେବ । ଗ୍ରାଣ୍ଡରୋଡ଼ର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ହେବାକୁ ଥିବା ଏହି କୋଭିଡ଼୍ ଟେଷ୍ଟ ଆସନ୍ତା ଫେବୃଆରୀ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏଠାରେ ପ୍ରଥମେ ସୁଆର ମହାସୁଆର ନିଯୋଗର ସେବାୟତଙ୍କ କୋଭିଡ଼୍ ଟେଷ୍ଟ କରାଯିବ । ପରେ ପର୍ଯ୍ୟାୟ କ୍ରମେ ପୁଷ୍ପାଳକ ନିଯୋଗ, ପୂଜାପଣ୍ଡା, ପ୍ରତିହାରୀ, ଦଇତାପତି ନିଯୋଗ ଆଦି ବିଭିନ୍ନ ନିଯୋଗର ସେବାୟତଙ୍କ କୋଭିଡ଼୍ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହା ପୂର୍ବରୁ ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ କରୋନା ପ୍ରତିରୋଧକ ହୋମିଓପ୍ୟାଥି ଔଷଧ ବିତରଣ କରାଯାଇଥିଲା ।