ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା

165

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବାକୁ ମନା କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରୀ କରାଯାଇଛି । ଜିଲ୍ଲାରେ କୋଭିଡ଼୍ ସଂକ୍ରମିତଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ଅତ୍ୟାବଶ୍ୟକ ସ୍ଥଳେ ସରକାରୀ ଅଧିକାରୀ ବା କର୍ମଚାରୀ ମାନେ ଜରୁରୀକାଳୀନ ବିଭାଗର ଅନୁମତି ନେଇ ବାହାରକୁ ଯାଇପାରିବେ ବୋଲି କୁହାଯାଇଛି ।

Leave A Reply

Your email address will not be published.