ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ୫ ଲକ୍ଷ ୫୦ ହଜାର ଲୁଟ୍ ଘଟଣାର ପର୍ଦାଫାଶ : ୩ ଗିରଫ

202

-ନଗଦ ଏକ ଲକ୍ଷ ଦଶ ହଜାର ଟଙ୍କା
-ମାରଣାସ୍ତ୍ର ଓ ୩ଟି ମୋଟର ସାଇକେଲ ଜବତ

ଟାଙ୍ଗି : ପାଇକରାୟ ପେଟ୍ରୋଲ ପମ୍ପର କର୍ମଚାରୀଙ୍କ ଠାରୁ ନଗଦ ୫ ଲକ୍ଷ ୫୦ ହଜାର ଲୁଟ୍ ଘଟଣାର ପର୍ଦାଫାଶ କରିଛି ଜଙ୍କିଆ ଥାନା ପୋଲିସ । ଆଜି ଖୋରଧା ଜିଲ୍ଲା ଜଙ୍କିଆ ଥାନାରେ ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ କିଶୋର ଦୋରା କହିଛନ୍ତି ଯେ, ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଦୁର୍ବୁତଙ୍କ ଠାରୁ ଏକ ଲକ୍ଷ ଦଶ ହଜାର ଟଙ୍କା, ମାରଣାସ୍ତ୍ର, ମୋବାଇଲ ଓ ୩ଟି ମୋଟର ସାଇକେଲ ଜବତ ହୋଇଛି ।

ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗତ ୧୫ ତାରିଖରେ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ବର ଛକ ରାସ୍ତା କଡ଼ରେ ଥିବା ପାଇକରାୟ ପେଟ୍ରୋଲ ପମ୍ପର କର୍ମଚାରୀ ପମ୍ପରୁ ଟଙ୍କା ନେଇ ସ୍କୁଟିରେ ଜଙ୍କିଆ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କରେ ଜମା କରିବା ପାଇଁ ଅପରାହ୍ନ ପ୍ରାୟ ୩ ଟା ବେଳେ ଯାଉଥିଲେ ।

ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଏନଏଚ-୧୬ ଉପରେ ମାରଣାସ୍ତ୍ର ଦେଖାଇ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀଙ୍କ ନିକଟରୁ (ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା) ଲୁଟି ନେଇଥିଲେ । ଏନେଇ ଥାନାରେ ଏତଲା ପରେ ଏସପି ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲେ । ସେମାନଙ୍କ ନିକଟରୁ ଏକ ଲକ୍ଷ ଦଶ ହଜାର ଟଙ୍କା, ମାରଣାସ୍ତ୍ର, ମୋବାଇଲ ଓ ୩ଟି ମୋଟର ସାଇକେଲ ଜବତ କରିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଅଜିତ ସୁନ୍ଦରା, ସୁଧାଂଶୁ ସ୍ୱାଇଁ ଓ ପିତାମ୍ବର ବଳିଆରସିଂହ ।

Leave A Reply

Your email address will not be published.