ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ୍‍ : ଚତୁର୍ଥ ଦିନ ଖେଳ ଶେଷସୁଦ୍ଧା ଭାରତ ୪/୦, ଇତିହାସ ରଚିବାକୁ ଦରକାର ଆଉ ୩୨୪ ରନ୍

153

ବ୍ରିସବେନ୍: ବର୍ଷା ବାଧାପ୍ରାପ୍ତ ବ୍ରିସବେନ୍ ଟେଷ୍ଟର ଚତୁର୍ଥ ଦିନରେ ଭାରତ ବିନା କୌଣସି ଓ୍ୱିକେଟ୍ ହରାଇ ୪ ରନ୍ କରିଛି । କ୍ରିଜରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ବ୍ୟାଟିଂ କରୁଛନ୍ତି । ଦଳକୁ ବିଜୟୀ ହେବାକୁ ହେଲେ ଶେଷ ଦିନରେ ଆଉ ୩୨୪ ରନ୍ ଦରକାର । ଅଷ୍ଟ୍ରେଲିଆର ବ୍ରିସ୍‌ବେନ୍‌ର ଗ୍ୟାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ଟେଷ୍ଟ୍‍ର ୪ର୍ଥ ଦିନ ଖେଳରେ ଦ୍ୱିତୀୟ ଇନିଙ୍ଗସ୍‌ରେ ଅଷ୍ଟ୍ରେଲିଆ ଟିମ୍‌ ୨୯୪ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଛି। ମହମ୍ମଦ ସିରାଜଙ୍କ ବଲ୍‌ରେ ଜୋସ୍‌ ହେଜେଲ୍‌ଉଡ୍‌ ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଙ୍ଗ୍‌ସ୍‌ର ପରିସମାପ୍ତି ଘଟିଥିଲା ।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୬୯ରନ୍‌ରେ ଅଲ୍ଆଉଟ୍‌ ହୋଇଥିବା ବେଳେ ଭାରତୀୟ ଟିମ୍‌ ୩୩୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଠାରୁ ୩୩ ରନ୍‌ରେ ପଛରେ ରହିଥିଲା । ୨ୟ ଇନିଂସର ଖେଳ ଆରମ୍ଭ କରିଥିଲା ଟିମ୍‌ ଅଷ୍ଟ୍ରେଲିଆ । ଦଳ ପକ୍ଷରୁ ଡେଭିଡ଼୍‌ ଓ୍ୱାର୍ଣ୍ଣର ଓ ମାର୍କସ ହାରିସ୍‌ ଭଲ ଆରମ୍ଭ କରିଥିଲେ । ଦଳ ୮୯ରନ୍‌ରେ ପ୍ରଥମ ଓ୍ୱିକେଟ୍‌ ରୂପରେ ମାର୍କସ ହାରିସଙ୍କୁ ହରାଇଥିଲା । ଏହାପରେ କିଛି ରନ୍‌ ବ୍ୟବଧାନରେ ଓ୍ୱିକେଟ୍‌ ପତନ ହୋଇଥିଲା । ୨ୟ ଇନିଂସରେ ମାର୍କସ ହାରିସ୍‌ ୩୮ରନ୍‌, ଲାବୁସେନ୍‌ ୨୫ରନ୍‌, ମାଥ୍ୟୁ ଓ୍ୱାଡେ (୦) ରନ୍‌ରେ ପାଭିଲିୟନ୍‌ ଫେରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ୍‌ ଷ୍ମିଥ୍‌ ୫୫ ରନ୍‌, କାମ୍‌ରନ ଗ୍ରୀନ୍‌ ୩୫, ଟିମ ପେନ୍ ୨୭, ମିଚେଲ ଷ୍ଟାର୍କ ୧, ନାଥାନ ଲାୟନ ୧୩ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ପ୍ୟାଟ୍ କ୍ୟୁମିନ୍ସ ୨୮ ରନ୍ କରି ଅପରାଜିତ ରହିଛନ୍ତି । ଫଳରେ ଦଳ ୨୯୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହାସହ ଭାରତକୁ ୩୨୮ ରନର ଟାର୍ଗେଟ୍ ମିଳିଥିଲା । ଭାରତ ପକ୍ଷରୁ ବୋଲର ମହମ୍ମଦ ସିରାଜ ୫ଟି ଓ ଶର୍ଦ୍ଦୁଳ ଠାକୁର ୪ଟି ଓ୍ୱିକେଟ୍‌ ନେଇଥିବା ବେଳେ ଓ୍ୱାସିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍‌ ନେଇଥିଲେ ।

ଭାରତକୁ ଏହି ଚୂଡ଼ାନ୍ତ ଟେଷ୍ଟ୍‍ ମ୍ୟାଚ୍‌ ବିଜୟ କରି ଇତିହାସ ରଚିବା ପାଇଁ ପଞ୍ଚମ ଦିନରେ କରିବାକୁ ହେବ ୩୨୪ ରନ୍‌ । ଟିମ୍‌ ଇଣ୍ଡିଆର ରୋହିତ ଶର୍ମା ଏବଂ ଶୁଭମ୍‌ ଗିଲ୍‌ ଓପେନର୍‌ ଭାବେ ଦ୍ୱିତୀୟ ଇନିଙ୍ଗ୍‌ସ୍‌ ଆରମ୍ଭ କରିବାକୁ କ୍ରିଜ୍‌ରେ ପହଞ୍ଚିବା ପରେ ଅଷ୍ଟ୍ରେଲିଆ ତରଫରୁ ମିଚେଲ୍‌ ଷ୍ଟାର୍କ ବୋଲିଙ୍ଗ୍‌ କରିଥିଲେ । ଅସରାଏ ବର୍ଷା ଯୋଗୁଁ ଖେଳ ବନ୍ଦ ରହିଥିଲା। ଶୁଖିଲା ରଖିବାକୁ ଗ୍ରାଉଣ୍ଡ୍‌ମେନ୍‌ ପିଚ୍‌କୁ ଘୋଡ଼ାଇ ଦେଇଥିଲେ। ଯୋଗୁଁ ଅମ୍ପାୟାର୍‌ମାନେ ଖେଳ ବନ୍ଦ ରଖିବାର ସମ୍ଭାବନା ଅଛି ।

Leave A Reply

Your email address will not be published.