ଭୁବନେଶ୍ୱର: ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସେ ପରଲୋକ ଗମନ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଅନେକ ଦିନ ଧରି ଏମ୍ସରେ ଚିକିତ୍ସିତ ହେଉଥିଲେ । ଲଳିତଙ୍କ ପରଲୋକ ନେଇ ପରିବାର ସୂତ୍ରରୁ ସୂଚନା ଦିଆଯାଇଛି । ଉଲ୍ଲେଖନୀୟ ଯେ ଲଳିତ ପଶ୍ଚିମ ଓଡ଼ିଶା ଶ୍ରମିକ ସଂଘ ସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହା ବ୍ୟତୀତ ସେ ଅନେକ ଶ୍ରମିକ ସଂଗଠନର ଦାୟିତ୍ୱରେ ଥିଲେ ।
ଶ୍ରମିକ ନେତା ଲଳିତ ନାୟକଙ୍କ ବିୟୋଗରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦଗତି କାମନା କରୁଛି । ଓମ୍ ଶାନ୍ତି
ଶ୍ରମିକ ନେତା ଲଳିତ ନାୟକଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ବିଶିଷ୍ଟ ସମାଜସେବୀ ତଥା ଶ୍ରମିକ ନେତା ଲଳିତ କୁମାର ନାୟକଙ୍କ ବିୟୋଗର ଖବର ପାଇ ମୁଁ ଅତ୍ଯନ୍ତ ଦୁଃଖିତ ଏବଂ ମର୍ମାହତ । ଆଜୀବନ ଅବିବାହିତ ଭାବେ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଗରିବ, ନିସଃହାୟଙ୍କ ପାଇଁ ସେ ସବୁବେଳେ ଲଢ଼ୁଥିଲେ । ଅସହାୟ ଏବଂ ଗରିବ ଲୋକଙ୍କ କଲ୍ୟାଣ ନିମନ୍ତେ ରକ୍ତଦାନ କ୍ଷେତ୍ରରେ ତାଙ୍କ ଅବଦାନ ଚିର ସ୍ମରଣୀୟ ।