ଭାରତ ସୃଷ୍ଟି କଲା ନୂଆ କୀର୍ତ୍ତିମାନ : ଦେଶରେ ୧୦୦ କୋଟି ଟପିଲା କରୋନା ଟିକାକରଣ
ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତ। ଦେଶରେ ୧୦୦ କୋଟି ଟପିଲା କରୋନା ଟିକାକରଣ । କରୋନା ପାଇଁ ହନ୍ତସନ୍ତ ହେଉଛି ପୁରା ଭାରତ । ସବୁକିଛିକୁ ଦେଶରେ ପ୍ରଭାବିତ କରିଛି କିଲର କରୋନା । ତେବେ ଏହି କରୋନାରୁ ବଞ୍ଚିବା ପାଇଁ ଏକମାତ୍ର ସଞ୍ଜିବନୀ ହେଉଛି କରୋନା ଟିକା । ଟିକାକରଣରେ ସୃଷ୍ଟି ହୋଇଛି ନୂଆ କୀର୍ତ୍ତିମାନ । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି, ଯେଉଁଠି ଏତେ ଦ୍ରୁତ ଗତିରେ ଟିକାକରଣ ୧୦୦ କୋଟି ଟପିଛି। ଏହି ସଫଳତା ପରେ ଟୁଇଟ କରି ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ସେ ଲେଖିଛନ୍ତି ‘ଅଭିନନ୍ଦନ ଭାରତ! ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱର ଏହା ହେଉଛି ଫଳାଫଳ । ତେବେ ଏଭଳି ବଡ଼ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେପଟେ ଏଭଳି ବଡ଼ ସଫଳତା ପାଇଁ ଆଜି ସମ୍ମୁଖ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରିବେ ପ୍ରଧାନମନ୍ତ୍ରୀ ।
୨୧ ଅକ୍ଟୋବର- କରୋନା ବିରୁଦ୍ଧରେ ଲଢେଇରେ ଟୀକାକରଣ ଏକ ପ୍ରଭାବୀ ଅସ୍ତ୍ର ହୋଇଥିବା ବେଳେ ଭାରତ ଏଥିରେ ଇତିହାସ ରଚିଛି । ଟୀକାକରଣ ଅଭିଯାନରେ ଭାରତ ଶହେ କୋଟି ସଂଖ୍ୟା ପାର କରିଛିା ଗୁୁରୁବାର ସକାଳୁ ଶହେ କୋଟି ଟୀକାକରଣ ହେବାର ଅବଗଣନା ଆରମ୍ଭ ହୋଇଯାଇଥିଲା । ପାଖାପାଖି ୯.୪୫ରେ ଦେଶରେ ଶହେ କୋଟି ଟୀକାକରଣ ହୋଇ ଯାଇଥିଲା । ଉଲ୍ଲେଖନୀୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ମସିହା ଜାନୁଆରୀ ୧୬ ତାରିଖ ଦିନ ଦେଶରେ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ ।
ସେପ୍ଟେମ୍ବରରେ ସର୍ବାଧିକ ଟିକାକରଣ ହୋଇଛି। ଦିନକରେ ପ୍ରାୟ ୮୦ ଲକ୍ଷ ଡୋଜ୍ ଦିଆଯାଇଥିଲା । ଟିକାକରଣରେ ଦେଶର ଟପ୍ ୫ରାଜ୍ୟରେ ଅଛନ୍ତି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଗୁଜରାଟ ଓ ମଧ୍ୟପ୍ରଦେଶ । ଜାନୁଆରୀ ୧୬ରେ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ସେତେବେଳେ ପ୍ରଥମେ ପ୍ରଣ୍ଟଲାଇନ ୱାରିୟରଙ୍କୁ ଦିଆଯାଇଥିଲା ଟିକା । ଏହାପରେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଭ୍ୟାକ୍ସିନେସନ ଆରମ୍ଭ ହୋଇଥିଲା । ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ୪୫ ବର୍ଷରୁ ଅଧିକ ଗୁରୁତରଙ୍କୁ ଦିଆଯାଇଥିଲା ଟିକା । ୧ ଏପ୍ରିଲରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଆଗଲା ଟିକା । ମେ ୧ରୁ ୧୮ରୁ ଅଧିକ ସମସ୍ତଙ୍କୁ ଦିଆଯାଇଛି ଟିକା । ୬୩ହଜାର ୪୬୭ ଟିକା ସେଣ୍ଟରରେ ଲଗାତର ଭାବେ ଚାଲିଛି ଟିକାକରଣ । ୬୧ହଜାର ୨୭୦ ସରକାରୀ ଓ ୨ହଜାର ୧୯୭ ଘରୋଇ ସେସନ ସାଇଟରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । ଅନ୍ୟପକ୍ଷରେ, ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ ‘ହୁ’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା। ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ବୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ । ଉଲ୍ଲେଖଯୋଗ୍ୟ, ଦେଶରେ ଟିକାକରଣ ଅଭିଯାନ ଜାନୁଆରି ମାସରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଆରମ୍ଭ ହେବାର ୯ ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦ କୋଟି ଟିକାର ମାଇଲଖୁଣ୍ଟ ହାସଲ କରିଛି।